ରାତି ଅଧରେ ଜଳିଗଲା ଘର, ଦୁଇ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ
14/12/2020 at 9:40 AM

ଭଦ୍ରକ ୧୪।୧୨: ରାତି ଅଧରେ ଜଳିଗଲା ଘର। ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ। ରାତି ଅଧରେ ହୁତୁହୁତୁ ହୋଇ ଜଳିଗଲ ସମ୍ପୂର୍ଣ୍ଣ ଘର। ଗାଁର ପଣ୍ଡାସାହିର କୈଳାଶ ପଣ୍ଡାଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ପରେ ଭୟରେ ଘର ଲୋକ ମାନେ ବାହାରକୁ ଚାଲି ଆସିଥିଲେ। ହେଲେ ଘରର ଆସବାବପତ୍ର, ଟଙ୍କା, ସୁନା ଗହଣା ସବୁ ଜଳି ଯାଇଛି । ଘଟଣା ସ୍ଥଳରେ ତିହିଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗୁଆମାଳ ସରପଞ୍ଚ ପ୍ରଦୀପ୍ତ ପଣ୍ଡା କ୍ଷୟକ୍ଷତି ଆକଳନ କରି ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। କିଛି ଦିନ ପୂର୍ବରୁ ଅଗ୍ନିକାଣ୍ଡରେ ସେହି ଗାଁର ୫ ବଖରା ଘର ଜଳି ଯାଇଥିଲା।

Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021