ଭୟାବହ ଅଗ୍ନିକାଣ୍ଡରେ ଜଳିଗଲେ ୫ ଛେଳି

Published By : Prameya-News7 Bureau | August 23, 2020 IST

ଭଦ୍ରକ ୨୩।୦୮:  ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ବେଲଗଡିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ି ହୋଇ ୫ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତିନୋଟି ଗୋରୁ ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବେଲଗାଡିଆ ଗାଁରେ ଅଜୟ ସାହୁ ତାଙ୍କ ପରିବାର ଲୋକ ଶୋଇଥିବା ଅବସ୍ଥାରେ ସମୟରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଗୁହାଳ ଘରେ ନିଆଁ ଲାଗିଯାଇଥିଲା ।  ତେବେ ନିଆଁ ଲାଗିଥିବାର ଦେଖି, ଗ୍ରାମବାସୀ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ।  କିନ୍ତୁ ନିଆଁ ଲିଭି ନଥିଲା, ନିଆଁରେ ପୋଡି ହୋଇଯାଇଥିଲେ ଗୃହପାଳିତ ପଶୁ । ତେବେ ଅଗ୍ନିକାଣ୍ଡରେ ୫ଟି ଛେଳି ଜଳି ଯାଇଥିବା ବେଳେ ୩ ଟି ଗୋରୁ ଆହତ ଥିବା ଜଣାପଡିଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ରହିଛି । ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.