ସୁଜୁକି ସୋରୁମରେ ଅଗ୍ନିକାଣ୍ଡ, ଅନେକ ସାମଗ୍ରୀ ପୋଡି ପାଉଁଶ
28/12/2020 at 9:52 AM

ଅନୁଗୁଳ ୨୮।୧୨: ସୁଜୁକି ସୋରୁମରେ ଅଗ୍ନିକାଣ୍ଡ । ଅନୁଗୁଳ ପଞ୍ଚମହଲା ସ୍ଥିତ ସୁଜୁକି ବାଇକ ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତି ୧୦ଟା ବେଳେ ସୋରୁମ୍ରେ ଅଗ୍ନିକାଣ୍ଡ ଲାଗିଥିଲା । ସ୍ଥାନୀୟ ଲୋକ ନିଆଁ ଲାଗିଥିବାର ଦେଖି ମାଲିକଙ୍କୁ ଖବର ଦେଇଥିଲେ । ତୁରନ୍ତ ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡରେ ଗୋଟିଏ କମ୍ପୁଟର, ଫ୍ୟାନ, ବୋର୍ଡ଼ ଚେୟାର, ଟେବୁଲ ଆଦି ଅନେକ ସାମଗ୍ରୀ ପୋଡିଯାଇଥିବା ଜଣାପଡିଛି। ସୋରୁମରେ ଅନେକ ବାଇକ ସହ ସ୍କୁଟର ରହିଥିଲା। କିନ୍ତୁ ଠିକ ସମୟରେ ଦମକଳ ଆସି ନିଆଁକୁ ଆୟତ୍ତ କରିଥିବାରୁ, ଏତେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ।