ରାତିରେ ପୋଡିଦେଲେ ଘର, ଅଳ୍ପକେ ବର୍ତ୍ତିଗଲେ ପରିବାରଲୋକ

Published By : Prameya-News7 Bureau | July 26, 2021 IST

ଅନୁଗୁଳ ୨୬।୦୭: ଘର ପୋଡ଼ିଦେଲେ ଦୁର୍ବୃତ୍ତ । ଅନୁଗୁଳ ସାନ କେରେଜାଙ୍ଗ ଗାଁର ଘଟିଛି ଘଟଣା । ଏହି ଅଗ୍ନିକାଣ୍ଡରେ ପରିବାର ଲୋକେ ଅଳ୍ପକେ ବର୍ତିଯାଇଥିଲେ ସୁଦ୍ଧା ପୋଡ଼ି ପାଉଁଶ ହୋଇଯାଇଛି ଘର । ଏନେଇ ପୋଲିସରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଘରେ ନିଆଁ ଲଗାଇଥିଲେ  । ସାନ କେରେଜାଙ୍ଗ ଗାଁର ଯୋଗେଶ୍ଵର ଘଡେଇଙ୍କ ଘରକୁ ପୋଡ଼ି ଦେଇଥିବାରୁ, ସେଥିରୁ ଅଳ୍ପକେ  ବର୍ତ୍ତିଯାଇଛନ୍ତି ତାଙ୍କ ସ୍ତ୍ରୀ ଏବଂ ପିଲା ଛୁଆ। ଅଗ୍ନିକାଣ୍ଡରେ ବାଇକ, ଟିଭି, ସହ ଅନେକ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କାରଣ ଅଷ୍ପଷ୍ଟ ରହିଥିବା ବେଳେ  ପୂର୍ବ ଶତ୍ରୁତାକୁ ନେଇ  ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରୁଛନ୍ତି ଘର ଲୋକ। ଏ ସଂପର୍କରେ ଏକ ଅଭିଯୋଗ ଅନୁଗୁଳ ନିଶା ଥାନାରେ ଅଭିଯୋଗ କରିଛନ୍ତି। ନିଶା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.