ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ଟି ପରିବାରର ୨୦ରୁ ଅଧିକ ଘର

Published By : Prameya-News7 Bureau | May 11, 2020 IST

ଭଦ୍ରକ ୧୧।୦୫: ଭଦ୍ରକରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ବ୍ୟାପକ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ।  ଅଗ୍ନିକାଣ୍ଡରେ ୮ଟି ପରିବାରର ୨୦ ବଖରାରୁ ଅଧିକ ଘର ଜଳିଯାଇଛି । ଭଦ୍ରକ ସହରର ଜାନୁଗଞ୍ଜ ଦାଢିଆ ସାହିରେ ୨ଟି ପରିବାର ଦୁଇ ବଖରାରୁ ଅଧିକ ଘର ଜଳିଯାଇଛି । ଭଦ୍ରକ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

{"id":267963,"sizeSlug":"large"}

ସେହିପରି ଭଦ୍ରକ ଗ୍ରାମଞ୍ଚଳ ଥାନା ଗୁଆମାଳ ପଞ୍ଚାୟତର ନୂଆଶାସନ ଗାଁରେ ୬ଟି ପରିବାରର ୨୦ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ବିଲମ୍ବିତ ରାତିରେ ଘଟିଥିବାରୁ ଲୋକେମାନେ ନିଆଁକୁ ଆୟତ୍ତ କରିପାରିନଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

{"id":267964,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.