ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଗୋଦାମ, ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | April 16, 2021 IST

ଉଦଳା,୧୬/୦୪: ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନଂ ଓ୍ୱାର୍ଡରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଏକ ଗୋଦାମରେ ଅଗ୍ନିକାଣ୍ଡ ହେବା ଫଳରେ ଜଳି ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ।

ସୂଚନାନୁସାରେ,  ୩ ନଂ ଓ୍ୱାର୍ଡରେ ଦିଲ୍ଲୀପ କଲିଆଙ୍କର ଏକ ଗୋଦାମ ରହିଥିଲା । ତେବେ ଗୁରୁବାର ବିଳମ୍ବିତ ରାତିରେ ଗୋଦାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଏବଂ ଧୂଆଁ ଗୋଦାମ ବାହାରକୁ ବାହାରିବା ପରେ ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ଉଦଳା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ନାକେଦମ ହୋଇଥିଲା ।

{"id":439121,"sizeSlug":"large","linkDestination":"none"}

ଦେଢ ଘଣ୍ଟାର ଚେଷ୍ଟା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା । ନିଆଁର ଭୟାବହତା ଏତେ ତୀବ୍ର ଥିଲା ଯେ ନିମିଷକେ ପୁରା ଗୋଦାମରେ ନିଆଁ ବ୍ୟାପିଯାଇଥିଲା । ନିଆଁ ଗୋଦାମରେ ବ୍ୟାପିଯିବା ଫଳରେ ଗୋଦାମରେ ଥିବା ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଜଳି ପାଉଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବା  ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.