ଅଗ୍ନିକାଣ୍ଡରେ ଜଳିଗଲା ଘର, ପୋଡି ହୋଇଗଲେ ବାପା-ମାଆ ଓ ପୁଅ

Published By : Prameya-News7 Bureau | January 04, 2021 IST

ଭଦ୍ରକ, ୦୪୦୧ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତଳଦପା ଗାଁରେ ଏକ ଅଘଟଣ ଘଟିଛି । ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହାସହ ସେମାନେ ରହୁଥିବା ଘର ମଧ୍ୟ ସମ୍ପୁର୍ଣ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଅଗ୍ନିକାଣ୍ଡରେ ପୋଡି ହୋଇୟାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ପୁଅ ରହିଛନ୍ତି । ସେମାନେ ହେଲେ ଖୁଲନା ମଲ୍ଲିକ, ତାଙ୍କ୬ ବର୍ଷର ପୁଅ ରୁଦ୍ର ଓ ସ୍ୱାମୀ । ଖୁଲନା ଓ ତାଙ୍କ ପୁଅଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଖୁଲନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ସ୍ୱାମୀଙ୍କୁ ତିହିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.