ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଘର, ଆସବାବପତ୍ର ପୋଡି ପାଉଁଶ

Published By : Prameya-News7 Bureau | June 06, 2021 IST

ସାଲେପୁର, ୦୬/୦୬: କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ଅଗ୍ନିକାଣ୍ଡ । ଜଳିଗଲା ତିନିବଖରା  ଘର । ଘରେ ପରିବାର ଲୋକ କେହି ନଥିବା ସମୟରେ  ପବନରେ ଚୁଲିରୁ ନିଆଁ ଉଡି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ତିନି ବଖରା ଘର ସହିତ ସମସ୍ତ ଆସବାବପତ୍ର ଓ ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।

ପ୍ରଥମେ ଜିତେନ୍ଦ୍ର ନାଥ ଶର୍ମା ,ଦେବେନ୍ଦ୍ର ନାଥ ଶର୍ମାଙ୍କ ଘର ପୋଡି ଯାଇଥିଲା । ଏହାପରେ ଶ୍ୟାମ ସୁନ୍ଦର ନାଥଙ୍କ ଘର ଓ ବିଶ୍ୱଜିତ ନାଥଙ୍କ ଘର ପୋଡି ଯାଇଥିବା ଜଣାପଡିଛି ।

ସାଲେପୁର ବ୍ଲକ୍ ଆତ୍ମାର ସଭାପତି ଦିଲ୍ଲିପ କୁମାର ଦାଶ ଘଟଣା ସ୍ଥଳରେ ପହଞ୍ଚି ପରିଦର୍ଶନ କରିଥିଲେ । ଏହାସହ ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରି ପରିବାରକୁ ସାହାଯ୍ୟ ଦେବା ପାଇଁ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.