ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ

Published By : Prameya-News7 Bureau | April 23, 2021 IST

ମୁମ୍ବାଇ, ୨୩|୦୪ : ମହାରାଷ୍ଟ୍ରର ବିରାର ସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯିବାରୁ ୧୨ ଜଣ ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆଇସିୟୁରେ ପ୍ରାୟ ୧୭ ଜଣ ରୋଗୀ ଥିଲେ ବୋଲି ଜଣା ପଡିଛି ।

ଆଇସିୟୁରେ ଥିବା ଏସିରେ ସର୍ଟ ସର୍କିଟ୍ ହେବା କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଅଘଟଣ ଭୋର୍ ୩ଟା ୧୫ ମିନିଟରେ ଘଟିଥିଲା । ବର୍ତ୍ତମାନ ୫ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ତେବେ ଯେଉଁ ୧୨ ରୋଗୀ ପ୍ରାଣ ହରାଇଥିବା କୁହାଯାଉଛି ସେମାନେ କରୋନା ସଂକ୍ରମିତ ଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ, ବିଜୟ ବଲ୍ଲଭ ହସ୍ପିଟାଲରୁ ରୋଗୀଙ୍କୁ ନିକଟସ୍ଥ ଏହ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା । ସୂଚନାଯୋଗ୍ୟ, ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.