ଜାମ୍ମୁ କାଶ୍ମୀର ବାରାମୁଲ୍ଲାରେ ବଡ ଧରଣର ଅଗ୍ନିକାଣ୍ଡ, ଅନେକ ଘର ପୋଡି ପାଉଁଶ

Published By : Prameya-News7 Bureau | June 11, 2021 IST

ଜାମ୍ମୁ ୧୧/୬ : ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ନୋରବାଗସ୍ଥିତ ବାଲମିକି କଲୋନୀରେ ବିଳମ୍ୱିତ ରାତିରେ ଭହଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁର ଭୟାବହତା ଏତେ ଥିଲା ଯେ, କିଛି ସମୟ ଭିତରେ ଅନେକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଗୋଟିଏ ଘରେ ଏଲପିଜି ଗ୍ୟାସ ଲିକ ହେତୁ ଏହି ଅଗ୍ନିକାଣ୍ଡରେ ଘଟିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା ପାଇବା ପରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

ପାଞ୍ଚଟି ଅଗ୍ନିଶମ ବାହିନୀ ଏବଂ ଦୁଇଟି ସେନା ଗାଡି ନିଆଁ ଲିଭାଇବାରେ ନିୟୋଜିତ ଥିଲେ । ସଂକିର୍ଣ୍ଣ ରାସ୍ତା ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଥିଲା । ଅତିକମରେ ୨୦ଟି ଘର ନିଆଁର ଆଁରେ ଜଳିଯାଇଥିବା କୁହାଯାଉଛି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ସପ୍ଷଟ୍ ହୋଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.