Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ସାତକୋଶିଆ ଇକୋ ରିଟ୍ରିଟରେ ନିଆଁ : ଅଳ୍ପକେ ବର୍ତ୍ତିଲେ ଆଇପିଏସ ଅଧିକାରୀ, ଜଳିଗଲା କଟେଜ୍

28/02/2021 at 8:30 AM

ଆଠଗଡ, ୨୮/୦୨ : କଟକ ଜିଲ୍ଲା ନରସିଂହପୁର ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଲାଗିଲା ନିଆଁ । ରବିବାର ଉଦଯାପିତ ହେବା ପୂର୍ବରୁ ପର୍ଯ୍ୟଟକ ରହୁଥିବା ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଛି ।

ରବିବାର ଇକୋ ରିଟ୍ରିଟ ଶେଷ ହୋଇଥାନ୍ତା । ତେବେ ସକାଳ ୫:୩୦ ସମୟରେ ହଠାତ ତିନୋଟି ଟେଣ୍ଟରେ ନିଆଁ ଲାଗି ଯାଇଥିଲା । ଟେଣ୍ଟ ଭିତରେ ରାତ୍ରି ଯାପନ କରୁଥିଲେ ଉଚ୍ଚ ପଦସ୍ଥ ଆଇପିଏସ ଅଧିକାରୀ  ସଞ୍ଜୀବ ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସଂଜୀବ ପଣ୍ଡା ଓ ତାଙ୍କ ସାଥିମାନେ ଟେଣ୍ଟ୍ ଭିତରେ ଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts