ଦିଲ୍ଲୀ ଲୋଧୀ ରୋଡରେ ଥିବା ସିବିଆଇ ମୁଖ୍ୟ ଅଫିସରେ ଅଗ୍ନିକାଣ୍ଡ

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୮/୭ : ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ନୂଆଦିଲ୍ଲୀ ସ୍ଥିତ ଲୋଧି ରୋଡରେ ଥିବା ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି ୫ଟି ଦମକଳ ଗାଡି । ତେବେ କେମିତି ଲାଗିଲା ନିଆଁ ତାର କାରଣ ଅସ୍ପଷ୍ଟ ରହିଛି ।

ନିଆଁର ପ୍ରକୋପ ଏତେ ଥିଲା ଯେ, ଧୂଆରେ ଆଚ୍ଛାଦିତ ହୋଇଯାଇଛି ପୂରା ଇଲାକା । ସୂଚନାଯୋଗ୍ୟ ଯେ ସିବିଆଇ ମୁଖ୍ୟାଳୟରେ ସମସ୍ତ ଆବଶ୍ୟକୀୟ ଦଲିଲ ସବୁ ରହିଛି । ଏଭଳି ପରିସ୍ଥିତିରେ, ଏହି ଅଗ୍ନିକାଣ୍ଡରେ କଣ କ୍ଷୟକ୍ଷତି ହୋଇଛି ଏବଂ ଏହା ପଛର କାରଣ କଣ  ଏହା ଉପରେ ରହିଛି ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.