ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଗଲେ ଗୋବର୍ଦ୍ଧନ, ଜଳିଗଲା ଧାନ ଓ ଚାଉଳ
31/12/2020 at 5:36 PM

ଚଣ୍ଡିଖୋଲ, ୩୧।୧୨: ସର୍ବଗ୍ରାସୀ ନିଆଁରେ ତଳିତଳାନ୍ତ ହୋଇଗଲା ଏକ ପରିବାର। ଗୁରୁବାର ଅପରାହ୍ନ ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତର ସୁଭଦ୍ରାପୁର ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବିପୁଳି ପରିମାଣର ଧନସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଅପରାହ୍ନରେ କୌଣସି କାରଣରୁ ଗୋବର୍ଦ୍ଧନଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଧାନ ଚାଉଳ ସହ ଘରେ ଯାହା ଆସବାବ ପତ୍ର ଥିଲା ସବୁ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।
ଗୋବର୍ଦ୍ଧନ ସାହୁ ଅତ୍ୟନ୍ତ ଗରିବ। ସେ ଏକ ସାଧାରଣ ଦୋକାନ କରି ପରିବାର ଚଳାଇଥାନ୍ତି। ଘରେ ମଧ୍ୟ ତାଙ୍କର ଗେଟେ ବିକଳାଙ୍ଗ ପୂଅ ରହିଛନ୍ତି। ପ୍ରଶାସନ ତୁରନ୍ତ ଗରିବ ପରିବାରକୁ ସାହାଯ୍ୟର ହାତ ବଢାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
Related Posts
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021
ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
23 January 2021