ରାଣୀତାଲ ବଜାରରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦୋକାନ, ପୋଡିଗଲା ୧୫ ଲକ୍ଷର ସମ୍ପତ୍ତି

Published By : Prameya-News7 Bureau | May 01, 2021 IST

ଭଦ୍ରକ ୧/୫ : ଭଦ୍ରକ ରାଣୀତାଲ ଵଜାରରେ ଅଗ୍ନିକାଣ୍ଡ । ହୂତୁହୁତୁ ହୋଇ ଜଳିଗଲା ୬ଟି ଦୋକାନ ଘର । ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣିତାଲ ବଜାରରେ ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି । ଵିଦ୍ୟୂତ ସର୍ଟସର୍କିଟ ଯୋଗୁଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି ।

ଲୋକେ ରାତିରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଦୋକାନରୁ କିଛି ଜିନିଷ ଵାହାର କରି ହୋଇନିଥିଲା । ନିଆଁର ଆଁରେ ୬ଟି ଦୋକାନ ଘର ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଭଦ୍ରକରୁ ଦମକଳ ଗାଡି ଯାଇଁ ନିଆଁକୁ ଆୟତ୍ତ କରିଥିଲା, ହେଲେ ସେତେବେଳେ କୁ ୬ଟି ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇସାରିଥିଲା । ଲୁଗା ଦୋକାନ, ମୋବାଇଲ ଦୋକାନ, ଷ୍ଟେସନାରୀ ଦୋକାନ, ଟେଲର ଦୋକାନ। ସମେତ ୬ଟି ଦୋକାନ ପୋଡି ପାଉଁଶ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.