କୁପଓ୍ବାଡା ସୈନ୍ୟ ଶିବିରରେ ଭୟାବହ ଅଗ୍ନିକାଣ୍ଡ : ଜଣେ ଯବାନ ମୃତ, ଜଳିଗଲା ଗାଡି

Published By : Prameya-News7 Bureau | March 04, 2020 IST

ଶ୍ରୀନଗର ୪।୩: ଉତ୍ତର କାଶ୍ମୀର କୁପଓ୍ବାଡା ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ସେନା ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଣେ ସୈନିକ ଜଳି ଯାଇଛନ୍ତି । ତିନୋଟି ନିର୍ମାଣ, ଦୁଇଟି ଗାଡି ଏବଂ ଅନେକ ତେଲ ଟ୍ୟାଙ୍କର ପୋଡି ପାଉଁଶ ହୋଇଯାଇଛି | ଏହି ଘଟଣା ପରେ ନିକଟସ୍ଥ ଅଞ୍ଚଳରୁ ଆସିଥିବା ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

ଅଗ୍ନିକାଣ୍ଡ ସନ୍ଧ୍ୟା ୬ ଟାରେ ହୋଇଥିଲା | ନିଆଁ ଲାଗିବା ପରେ ଶିବିରରେ ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଶିବିରର ଆଖପାଖ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିଲା । ଏଥିରେ ତିନୋଟି ନିର୍ମାଣ ଜଳିଯାଇଛି । ଦୁଇଟି ଗାଡି ମଧ୍ୟ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ତୈଳ ଟ୍ୟାଙ୍କରରେ ନିଆଁ ଲାଗିବା କାରଣରୁ ସୈନ୍ୟ ଶିବିରର ଲୋକଙ୍କୁ ନିଆଁ ଲାଗିବା ସ୍ଥାନଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି ସମୟରେ ଜଣେ ସେନା ଅଧିକାରୀ କହିଥିଲେ ଯେ, ସିଆରପିଏଫ କର୍ମଚାରୀମାନେ ମଧ୍ୟ ସୈନ୍ୟ ଶିବିରରେ ରହୁଥିଲେ ।

ସନ୍ଧ୍ୟାରେ ଏକ ସିଆରପିଏଫ କର୍ମଚାରୀଙ୍କ ହାତରୁ କିରୋସିନ ତେଲର ଏକ ଜାର୍ ଖସିଗଲା  | ପାଖରେ ଥିବା ଷ୍ଟୋଭରୁ ନିଆଁ ଲାଗି ଏହା ଜଳିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.