ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | October 18, 2020 IST

ଆନନ୍ଦପୁର ୧୮।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶାଳବଣୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪ବଖରା ଘର ସମ୍ପର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":346529,"sizeSlug":"large"}

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପଦ୍ନଲୋଚନଙ୍କ ଘରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଯାହାଫଳରେ କି ଘରେ ଥିବା ଜିନିଷ ପତ୍ର ପୋଡିଯାଇ।ଯିବା ସହ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । କେବଳ ପଦ୍ମଲୋଚନଙ୍କ ଘର ନୁହେଁ, ବରଂ ପାଖରେ ଥିବା ପୂର୍ଣ୍ଣଚନ୍ଦ୍ର ଓଝା, ପଦ୍ମଲାଭ ଓଝା, କମଳଲୋଚନ ଓଝାଙ୍କ ୪ ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ରହିଛି ।

{"id":346530,"sizeSlug":"large"}

ସେପଟେ ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇଁ ଆନନ୍ଦପୁର ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ତିନି ପରିବାର ସଦସ୍ୟ ଙ୍କୁ ପିନ୍ଧା ଲୁଗା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିପରି ଆନନ୍ଦପୁର ତଦଲିଲଦାର ଘଟଣା ସ୍ଥଳରେ ପହଁଞ୍ଚି କ୍ଷୟକ୍ଷତିର ଆକଳ କରିଛନ୍ତି । ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ପଲିଥିନ ଯୋଗାଯିବା ସହ ଜରୁରୀକାଳୀନ ସହାୟତା ପାଣ୍ଠିରୁ ପ୍ରତ୍ୟେକ ପରିବାରକୁ ୩୮ ଶହ ଟଙ୍କା ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.