Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଜଣେ ଆହତ

25/10/2020 at 9:06 AM

ନୀଳଗିରି ୨୫।୧୦: ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଗରରହି ପଞ୍ଚାୟତ ଅସନବଣି ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ବୁଦ୍ଧିଆ ସିଂହଙ୍କ ତିନିବଖରା ଘର ପୋଡି ପାଉଁଶ ହୋଇଯାଇଛି ।

ଖବର ଅନୁଯାୟୀ, ଅସନବଣି ଗାଁର ବୁଦ୍ଧିଆ ସିଂହଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ନିଆଁ ଲାଗିଥିବାର ଖବର ପାଇଁ ଗାଁଲୋକ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟଲୋକ । ତେବେ ଏହି ଅଗ୍ନିକାଣ୍ଡରେ ୩ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ବୁଦ୍ଧିଆ ସିଂହ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାର ତାଙ୍କ ଚିକିତ୍ସା ଜାରି ରହିଛି ।  

   Related Posts