ଡ୍ୟାମ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ ! ଅଗ୍ନିକାଣ୍ଡରେ ଅନେକ ଗଛ ପୋଡି ପାଉଁଶ

Published By : Prameya-News7 Bureau | February 01, 2021 IST

ଆଠମଲ୍ଲିକ ୦୧।୦୨: ଡ୍ୟାମ୍‌ରେ ଲାଗିଛି ନିଆଁ । ଅନୁଗୁଳ ଆଠମଲ୍ଲିକ ମାନଜୋର ଡ୍ୟାମ୍‌ ସାଇଟରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ମାନଜୋର ଡ୍ୟାମ୍‌ ସାଇଟ୍‌ରେ କେହି ଦୁର୍ବୃତ୍ତ ଭୋଜି କରିବାକୁ ଆସି କେନାଲ ହୁଡ଼ାରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ରାତିରେ ନିଆଁ ଅଧିକ ମାତ୍ରାରେ ଡ୍ୟାମ୍‌ ଚାରିପଟେ ବ୍ୟାପିଯାଇଥିଲା ।

ନିଆଁ ଲାଗିବା ଦ୍ୱାରା ଅନେକ ମୁଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି ।ଏହା ସହିତ ଡ୍ୟାମ୍‌ରୁ ନିଆଁ ମାଧପୁର ବନଖଣ୍ଡର କିଛି ଅଞ୍ଚଳକୁ ବ୍ୟାପିଯାଇଥିଲା । ସେପଟେ ଖବର ପାଇ ମାଧପୁର ବନଖଣ୍ଡ କର୍ମଚାରୀ ଓ ଆଠମଲ୍ଲିକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି , ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.