ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
5/01/2021 at 2:28 PM

ଅନୁଗୁଳ ୦୫।୦୧: ଝିଣ୍ଟିପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି।
ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡପଦା ବ୍ଲକ ଝିଣ୍ଟିପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ କି ୨ବଖରା ଗୁହାଳ ଘର ଓ ଧାନ ଖଳା ପୋଡି ପାଉଁଶ ହୋଇଯାଇଛି । ସେପଟେ ନିଆଁରେ ଖଳା ମାଲିକ ଗୁରୁତର ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ନିଆଁ ଲିଭାଇବା ପାଇଁ ଗ୍ରାମବାସୀ ପ୍ରୟାସ କରିଥିଲେ ମଧ୍ୟ ନିଆଁକୁ ଗ୍ରାମବାସୀ ଆୟତ୍ତ କରିପାରିନଥିଲେ। ଯାହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଥିବା ଜଣାପଡିଛି ।