ରୋଷେଇ କରୁଥିବା ବେଳେ ପୋଡିଗଲେ ରୋଷେୟା

Published By : Prameya-News7 Bureau | December 06, 2020 IST

ଆନନ୍ଦପୁର ୦୬।୧୨: ନିଆଁରେ ପୋଡି ହୋଇ ରୋଷେୟା ଗୁରୁତର ହୋଇଛନ୍ତି । ରୋଷେୟା ନବିନା ଦେହୁରୀଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଛେନୀପଦା ଛକରେ ଘଟିଛି ଅଘଟଣ । ଏକ ହୋଟେଲରେ ରୋଷେଇ ଚାଲିଥିବା ବେଳେ ଅଘଟଣ ଘଟିଛି ।

{"id":373400,"sizeSlug":"large"}

ଖବର ଅନୁଯାୟୀ, ନବିନା ହୋଟେଲେରେ ରୋଷେଇ କରୁଥିବା ବେଳେ ଅସାବଧନତା କାରଣରୁ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ନିଆଁରୁ ନିଜ ଦେହକୁ ରକ୍ଷାକରିବାକୁ ଯାଇ ତରବରିଆ ଭାବେ ସେ ପିନ୍ଧିଥିବା ଲୁଗାକୁ ଦେହରୁ କାଢିଦେଇଥିଲେ । ତେବେ ଏହି ସମୟରେ ନିଆଁ ପାଖରେ ଥିବା ଗ୍ୟାସ୍ ସିଲିଣ୍ଡରର ପାଇପ୍ରେ ଉପରେ ପଡିଯାଇଥିଲା । ଯାହାପରେ ପାଇପଟି ଜଳିବା ଆରମ୍ଭ କରିଥିଲା । ତେବେ ଘଟଣାସ୍ଥଳରେ ସ୍ଥୀନୀୟଲୋକଙ୍କ ଉପସ୍ଥିତି ବୃଦ୍ଧି ଖଟାଇ ନିଆଁକୁ ଆୟତ୍ତ କରିବାରୁ ଏକ ବଡ଼ଧରଣର ଅଘଟଣାରୁ ରକ୍ଷା ମିଳିଛି । ସେପଟେ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ନବିନାଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ନବିନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲର ସ୍ଥାନାନ୍ତରିତ କରାଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାର ଛାନ୍ଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.