ଦୋକାନରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ! ଜଳିଗଲା ୩୦ଲକ୍ଷ ଟଙ୍କାର ମୋବାଇଲ ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ

Published By : Prameya-News7 Bureau | December 01, 2020 IST

ଝାରସୁଗୁଡ଼ା ୦୧।୧୨: ଝାରସୁଗୁଡ଼ା ବକ୍ସି ଛକ ନିକଟରେ ଥିବା ମୋବାଇଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ହୋଇ ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ ଓ ସାମଗ୍ରୀ ପୋଡ଼ିଯାଇଥିବା ସୂଚନା ମିଳିଛି । ସଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

{"id":370523,"sizeSlug":"large"}

ଖବର ଅନୁଯାୟୀ, ଝାରସୁଗୁଡ଼ା ବକ୍ସିଛକ ନିକଟରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନରେ ନିଆଁ ଲାଗିଯାଇଥିଲା । ଦୋକାନରେ ସର୍ଟ ସର୍ଟିକରୁ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦୋକାନରେ ପ୍ରାୟ ୩୦ଲକ୍ଷ ଟଙ୍କାର ମୋବାଇଲ ଓ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ନିଆଁ ଲାଗିଥିବାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ପାଖରେ ଥିବା ଦୋକାନଗୁଡିକୁ ସୌଭାଗ୍ୟବଶତଃ ନିଆଁ ବ୍ୟାପିନଥିଲା । ଯାହାଫଳରେ ଏକ ବଡ଼ଧରଣର ଅଘଟଣାରୁ ରକ୍ଷାମିଳିଛି ।

{"id":370524,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.