ନିଆଁ ଲାଗି ପୋଡିଗଲା ଗୁହାଳ ସହ ଘର, ଜଣେ ଆହତ

Published By : Prameya-News7 Bureau | November 09, 2020 IST

ବାଲିପାଟଣା ୦୯।୧୧: ବାଲିଅନ୍ତା ଥାନା ଖମଙ୍ଗଶାସନ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗୁହାଳ ଘର ସମହ ୨ବଖରା ଘର ପୋଡ଼ି ପାଉଁଶ  ହୋଇଯାଇଛି । ନିଆଁରେ ଗୋଟିଏ ଗାଇ ମୃତ୍ୟୁ ହୋଇଥିବା ବେଳେ ୨ଟି ଗାଇ ଗୁରୁତର ଥିବା ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତ୍ରି ରେ ନିଆଁ ଲାଗି ଜଳିଯାଇଛି ଗୁହାଳ ସହ ଦୁଇ ବଖରା ଘର । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ମଧ୍ୟ ଆହାତ ହୋଇଛନ୍ତି । ଗୁହାଳରୁ ଗାଈକୁ ଉଦ୍ଧାର କରିବାକୁ ଯାଇ ଦେବବ୍ରତ ଆହତ ହୋଇଥିଲେ । ତେବେ ବାଲିପାଟଣା ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.