ନିଆଁ ଲାଗି ଜଳିଗଲା ଘର, କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 04, 2021 IST

ସାନଖେମୁଣ୍ଡି ୦୪।୦୩ : ନିଆଁ ଲାଗି ଜଳିଗଲା ଘର। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପଞ୍ଚାୟତ ବୋରିପଦର ଗାଁରେ ଘଟିଛି ଅଘଟଣ । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶ୍ରୀପାଦ ଗୌଡ଼ଙ୍କ ଘରେ ନିଆଁ ଲାଗିଯାଇଥିଲା । ଘରେ କେହି ନଥିବା ସମୟରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ କି ଘରର ଦୁଇ ପାର୍ଶ୍ୱରେ ଥିବା ୨ଟି ଗୁହାଳ ପୋଡି ପାଉଁଶ ହୋଇଯାଇଛି । ଅନେକ ଧନ ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.