ଜଳିଗଲା ୧୦ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଅନେକ ସାମଗ୍ରୀ

Published By : Prameya-News7 Bureau | February 24, 2021 IST

ମହାକାଳପଡା ୨୪।୦୨: ଜଳିଗଲା ୧୦ବଖରା ଘର । କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଗୟାସପୁର ଗାଁରେ ଘଟିଛି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

ଖବର ଅନୁଯାୟୀ, ଗୟାସପୁର ଗାଁର ସୁଲେଖ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପରେ ପରେ ନିଆଁ ଭୟଙ୍କର ରୂପ ନେଇଥିଲା , ଏବଂ ପଡୋଶୀ ବିଜୟ ସେଠୀ ଓ ଅନ୍ୟ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲା । ମୋଟ ୧୦ବଖରା ଘର ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଛି । ଯାହାଫଳରେ କି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.