Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ହୁତୁହୁତୁ ହୋଇ ଜଳିଗଲା ୧୬ ଚକିଆ ଟ୍ରକ୍

24/02/2021 at 7:21 AM

ବଡ଼ବିଲ ୨୪।୦୨: ହୁତୁହୁତୁ ହୋଇ ଜଳିଗଲା ୧୬ ଚକିଆ ଟ୍ରକ୍ । କେନ୍ଦୁଝର ରୁଗୁଡ଼ି ଥାନା ଗୁଆଲି ଠାରେ ଥିବା JSW ଡି.ଟପ୍ ଖଣି ଗେଟ୍ ସମ୍ମୁଖରେ ଏହି ଅଘଟଣ ଘଟିଛି ।

ଖବର ଅନୁଯାୟୀ, ଖଣିରୁ ଲୋଡିଂ ପାଇଁ ଆସିଥିବା ୧୬ ଚକିଆ ଟ୍ରକ୍ ଖଣି ଗେଟ୍ ସମ୍ମୁଖରେ ଠିଆ ହୋଇଥିଲା । ସେହି ସମୟରେ ହଠାତ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା । ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ ଏହି ଘଟଣା ଘଟିଛି। ଟ୍ରକ ଜଳୁଥିବା ଦେଖି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ନିଆଁ ଲିଭାଇଥିଲେ । ଡ୍ରାଇଭର, ଟ୍ରକ୍ କ୍ୟାବିନ ଭିତରେ ଷ୍ଟୋଭ ଲଗାଇ ରୋଷେଇ କରିବା ଯୋଗୁଁ ନିଆଁ ଲାଗିଥିଲା ନା ସର୍ଟ ସର୍କିଟ ଯୋଗୁଁ ଟ୍ରକ ଜଳିଗଲା ତାହା ସ୍ପଷ୍ଟ ହୋଇପାରିନାହିଁ।

   Related Posts