ବିଜେପି ପାଇଁ ଆରମ୍ଭ ହେଲା ମୁଖ୍ୟ ନିର୍ବାଚନ : ୩୫୭ ଆସନ ମଧ୍ୟରୁ ବାଜିରେ ୨୨୧ ଆସନ, ମୋଦି ଓ ଶାହଙ୍କ ପାଇଁ ଅଗ୍ନିପରୀକ୍ଷାର ସମୟ

Published By : Prameya-News7 Bureau | April 19, 2019 IST

ନୂଆଦିଲ୍ଲୀ ୧୯/୪ : ୨୦୧୪ ଲୋକସଭା ନିର୍ବାଚନରେ ମୋଦି ଲହରରେ ବିଜେପି ଜାମ୍ମୁ କାଶ୍ମୀରର ଲଦାଖରୁ ଦକ୍ଷିଣର କନ୍ୟାକୁମାରୀ ଆସନ ପର୍ଯ୍ୟନ୍ତ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲା | ବିଜେପି ରେକର୍ଡ ସଂଖ୍ୟକ ୨୮୨ ଆସନ ମିଳିଥିଲା | ଚାଳିତଥର ୫୪୩ ଲୋକସଭା ଆସନ ପାଇଁ ୨ଟି ପର୍ଯ୍ୟାୟରେ ୧୮୬ ଆସନ ପାଇଁ ଭୋଟିଂ ପରେ ବର୍ତ୍ତମାନ ୩୫୭ ଆସନ ପାଇଁ ନିର୍ବାଚନ ବାକି ଅଛି | ବଳକା ଯେଉଁ ୫ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି ସେଥିରୁ ବିଜେପି ଜିତିଥିବା ୨୨୧ ଆସନ ପାଇଁ ବାଜି ଲାଗିଛି | ବିଜେପି ସାମ୍ନାରେ କଂଗ୍ରେସ ଏବଂ ମହାମେଣ୍ଟକୁ ଟକ୍କର ଦେବା ଭାବିଲି ପରିସ୍ଥିତି ଛିଡା ହୋଇଛି | ଏଭଳି ସ୍ଥିତିରେ ଏହି ୨୨୧ ଆସନ ହାସଲ କରିବା ପାଇଁ ବିଜେପି ପାଇଁ ଚେତାବନୀ ସୃଷ୍ଟି କରିଛି | ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜେପି ପାଇଁ ବହୁତ ମହତ୍ଵପୁର୍ଣ ପ୍ରମାଣିତ ହେବ |

{"id":104922,"width":563,"height":315}


୨୦୧୯ ଲୋକସଭା ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି | ପ୍ରଥମ ପର୍ଯ୍ୟାୟରେ ୯୧ ଆସନ ପାଇଁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୯୫ ଆସନ ପାଇଁ ମତଦାନ ହୋଇଛି | ପ୍ରଥମ ପର୍ଯ୍ୟାୟରେ ବିଜେପି ପାଇଁ ୩୨ ଆସନ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଆସନ ରହିଥିଲା | ଏହିଭଳି ଭାବେ ବିଜେପି ଜିତିଥିବା ୨୮୨ ଆସନରୁ ୬୧ ଆସନ ପାଇଁ ମତଦାନ ହୋଇସାରିଛି | ବାକି ୨୨୧ ଆସନ ପାଇଁ ୫ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଭୋଟିଂ ହେବ | ଯେଉଁ ସବୁ ରାଜ୍ୟରେ ଆସନ ଭୋଟିଂ ହବାକୁ ଅଛି ସେହିସବୁ ରାଜ୍ୟରେ ବିଜେପି ବିରୋଧୀଙ୍କୁ ସଫା କରିଦେବ ବୋଲି ଆଲୋଚନା ହେଉଛି |


ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ଗୃହ ରାଜ୍ୟ ଗୁଜରାଟର ୨୬ ଲୋକସଭା ଆସନ ପାଇଁ ମତଦାନ ହେବ | ୨୦୧୪ ନିର୍ବାଚନ ବେଳେ ବିଜେପି ସମସ୍ତ ୨୬ ଆସନ ହାତେଇଥିଲା | ଚାଳିତଥର ଏହି ସବୁ ଆସନକୁ ବଞ୍ଚାଇ ରଖିବା ପାଇଁ ବିଜେପି ପାଇଁ ଚେତାବନୀ ସୃଷ୍ଟି କରିଛି | ଏହାଛଡା କର୍ଣ୍ଣାଟକର ୨୮ ଆସନରୁ ୧୪ ଆସନ ପାଇଁ ମତଦାନ ହୋଇସାରିଛି | ବାକି ୧୪ ଆସନ ପାଇଁ ଏପ୍ରିଲ ୨୩ ତାରିଖରେ ମତଦାନ ହେବ |

{"id":104923}


ମଧ୍ୟ ପ୍ରଦେଶର ୨୯ ଆସନ ପାଇଁ ଶେଷ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ଗତଥର ନିର୍ବାଚନରେ ବିଜେପି ୨୯ ଆସନ ମଧ୍ୟରୁ ୨୭ ଆସନ ଜିତିଥିଲେ | ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ ଶାସନକୁ ଆସିଥିଲା | ରାଜସ୍ଥାନର ୨୫ ଆସନ ପାଇଁ ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ଗତ ଲୋକସଭା ନିର୍ବାଚନ ବେଳେ ବିଜେପି ସମସ୍ତ ୨୫ ଆସନ ହାତେଇଥିଲା | ବିଧାନସଭା ନିର୍ବାଚନ ବେଳେ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ବିଜେପିକୁ ପରାସ୍ତ କରି କଂଗ୍ରେସ ଶାସନକୁ ଆସିଥିଲା |


ବିଜେପି ପୁଣିଥରେ ଶାସନକୁ ଆସିବା ପାଇଁ ଆଗାମୀ ୫ଟି ପର୍ଯ୍ୟାୟ ନିର୍ବାଚନ ବହୁତ ମହତ୍ଵପୁର୍ଣ | ବାକି ଥିବା ୨୨୧ ଆସନ ପାଇଁ ମତଦାନ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ପାଇଁ କୌଣସି ଅଗ୍ନିପରୀକ୍ଷା ଠାରୁ କାମ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.