ସୋର ଷ୍ଟେସନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରେଳ କର୍ମଚାରୀ

Published By : Prameya-News7 Bureau | October 14, 2021 IST

ସୋର, ୧୪/୧୦:   ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଷ୍ଟେସନ ପରିସରରେ ଥିବା ଟିକେଟ୍ କାଉଣ୍ଟର ଓ ରିଜର୍ଭସନ କାଉଣ୍ଟରକୁ ଲାଗି ରହିଥିବା ବିଦ୍ୟୁତ୍ କଣ୍ଟ୍ରୋଲ ରୁମରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ତେବେ ରେଳ କର୍ମଚାରୀ ଟିକେଟ୍ କାଉଣ୍ଟରରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଷ୍ଟେସନ ପୁରା ଧୂଆଁମୟ ହୋଇଯାଇଥିଲା ।  ଖବର ପାଇ ସୋର ଦମକଳ ବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ବାହିନୀର ଅଧିକାରୀ, ଷ୍ଟେସନ ପରିସରର ଥିବା ୩ଟି ନିଆଁ ଲିଭା ଯନ୍ତ୍ରର ପରୀକ୍ଷଣ କରି ୩  ମାସରୁ ଉର୍ଦ୍ଧ୍ବ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସୋର ରେଳ ଷ୍ଟେସନ୍ ପରି ଏକ ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ରେଳ ବିଭାଗର ଏଭଳି ଖାମଖିଆଲକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.