ଅଗ୍ନି ୪ର ସଫଳ ପରୀକ୍ଷଣ
23/12/2018 at 11:27 AM
ଭଦ୍ରକ ୨୩|୧୨: ଭଦ୍ରକ ୱ୍ହିଲର ଦ୍ବୀପରେ ଥିବା ଚାନ୍ଦିପୁର ସମନ୍ଵିତ ପରୀକ୍ଷଣ କେନ୍ଦ୍ର ର ୪ ନମ୍ବର ଉତକ୍ଷେପଣ କେନ୍ଦ୍ର ଅବଦୁଲ କାଲାମ ଆଇଲ୍ୟାଣ୍ଡ ରୁ ସକାଳ ୮ ଟା ୩୦ ମିନିଟ ସମୟରେ ସ୍ଵଦେଶୀ ଜ୍ଞାନକୌଶଳ ରେ ନିର୍ମିତ ଭୁପୃଷ୍ଠ ରୁ ଭୁପୃଷ୍ଠ କୁ ନିକ୍ଷେପ କରାଯାଇପାରୁଥିବା ବାଲାଷ୍ଟିକ ମିସାଇଲ ଅଗ୍ନି ୪ ର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଛି । ଏହାକୁ ଏକ ମୋବାଇଲ ଲଞ୍ଚର ରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷଣ ସମ୍ପୂର୍ଣ ଭାବରେ ସଫଳ ହୋଇଛି ।
ଏହାର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହା ଉଭୟ ପାରମ୍ପରିକ ଓ ପରମାଣୁ ଅସ୍ତ୍ର ବହନ କରିପାରିବ । ଏହି କ୍ଷେପଣାସ୍ତ୍ର ରେ କଠିନ ଇନ୍ଧନ ବ୍ୟବହାର କରାଯିବ । ୨୦ ମିଟର ଲମ୍ବା ଓ ୧୭ ଟନ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଏକ ଟନ ଓଜନ ର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହି ପରୀକ୍ଷଣ ସମୟ ରେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ । ଗତବର୍ଷ ଜାନୁଆରୀ ୨ ତାରିଖରେ ଏହାର ଶେଷ ପରୀକ୍ଷା କରାଯାଇଥିଲା । ୨୦୧୧ ନଭେମ୍ବର ୧୫ ତାରିଖରେ ଏହାର ପ୍ରଥମ ପରୀକ୍ଷା କରାଯାଇଥିଲା ।