Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଜି ଦ୍ରୁତଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ହେବ ପରୀକ୍ଷଣ

10/12/2018 at 10:44 AM

ଭଦ୍ରକ ୧୦|୧୨:  ଆଜି ଦ୍ରୁତଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ । ଭଦ୍ରକ ଧାମରାସ୍ଥିତ କଲାମ ଦ୍ବୀପରୁ ହେବ ପରୀକ୍ଷଣ । ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷଣ ହେବ । ଏହି କ୍ଷେପଣାସ୍ତ୍ର୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ । ଏହାର ଓଜନ ପ୍ରାୟ ୫୦ ଟନ୍, ଲମ୍ବ ୧୭ମିଟର ଓ ଗୋଲେଇ ୨ ମିଟର ।  ୩ ଥାକିଆ ଇଞ୍ଜିନ ବିଶିଷ୍ଟଏହି କ୍ଷେପଣାସ୍ତ୍ର  କଠିନ ଇନ୍ଧନରେ ପରିଚାଳିତ ହୁଏ। ୨୦୧୨ରେ ଏହାର ପ୍ରଥମ, ୨୦୧୩ରେ ଦ୍ବିତୀୟ, ୨୦୧୫ରେ ତୃତୀୟ, ୨୦୧୭ରେ ଚତୁର୍ଥ, ୨୦୧୮ ଜାନୁଆରୀରେପଞ୍ଚମ ଓ ଏହାପରେ ୨୦୧୮ ଜୁନରେ ଏହାର ଷଷ୍ଠ ପରୀକ୍ଷଣ କରାଯାଇଥିଲା ।

   Related Posts