ଆଜି ‘ଅଗ୍ନି-୩’ର ବ୍ୟାବହାରିକ ପରୀକ୍ଷଣ: ଅବଦୁଲ୍ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍ ରୁ ହେବ ଉତକ୍ଷେପଣ

Published By : Prameya-News7 Bureau | November 30, 2019 IST

ଆଜି ଭଦ୍ରକ ଜିଲ୍ଲାର ଅବଦୁଲ୍ କଲାମ୍ ଦ୍ବୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡ୍ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୩’। 

{"id":191896,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅଗ୍ନି-୩ର ବ୍ୟବହାରିକ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସ˚ସ୍ଥା (DRDO) ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି। ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ  ଓଜନ ୨୨ ହଜାର କିଲୋଗ୍ରାମ। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ଅଗ୍ନି-୩। ସେକେଣ୍ଡ ପିଛା ଏହାର ବେଗ ୬ କିଲୋମିଟର ଯିବ। ଅଗ୍ନି -୩ ହେଉଛି ଏକ ଇଣ୍ଟରମିଡିଏଟ  ବାଲାସ୍ଟିକ କ୍ଷେପଣାସ୍ତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.