ଭୁପୃଷ୍ଠରୁ ଭୁପୃଷ୍ଠ ନିକ୍ଷେପ କରାଯାଇ ପାରୁଥିବା ଆଣବିକ ଶକ୍ତି ସମ୍ପନ୍ନ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
30/10/2018 at 10:19 PM

ଭଦ୍ରକ ୩୦/୧୦ : ପ୍ରଥମ ଥର ପାଇଁ ରାତିରେ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ । ଭାରତର ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷଣ ହୋଇଛି । ଓଡ଼ିଶାର ଅବଦୁଲ କାଲାମ ଦ୍ୱୀପରୁ ଆଜି ଏହି ଅଣୁ ଓ ପରମାଣୁ ଅସ୍ତ୍ର ସଂପନ୍ନ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଆଇଟିଆର ୪ନମ୍ବର ଲଞ୍ଚପ୍ୟାଡରୁ ରାତି ୮ଟା ବେଳେ ଏହି ପରୀକ୍ଷା କରାଯାଇଥିଲା । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ରୁ ୧୦୦୦ କିଲୋମିଟର । ଭାରତୀୟ ସେନାର ଷ୍ଟ୍ରେଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ ପକ୍ଷରୁ ଏହାର ବିକାଶ କରାଯାଇଛି । ଡିଆରଡିଓ ପକ୍ଷରୁ ଏବେ ନିଜର ଅଧିକାଂଶ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷଣ କରାଯାଉଛି । କିଛିଦିନ ପୂର୍ବେ ପୃଥ୍ଵୀ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷା କରାଯାଇଥିଲା ।