ଇରାନର ସଡକରେ ଭୟଙ୍କର ବିରୋଧ ପ୍ରଦର୍ଶନ, ବିକ୍ଷୋଭକାରୀଙ୍କୁ ଗୁଳିମାଡ

Published By : Prameya-News7 Bureau | January 13, 2020 IST

ତେହେରାନ୍‌ ୧୩।୦୧ - ଆମେରିକାର ଆକ୍ରମଣରେ ଇରାନ୍‌ର ସେନା ମୁଖ୍ୟ ଜେନେରାଲ୍‌ କାସିମଙ୍କର ମୃତ୍ୟୁ ପରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଇରାକ୍‌ରେ ଥିବା ଆମେରିକାର ବିଭିନ୍ନ ସୈନ୍ୟ ଆଡ୍ଡା ଉପରେ ଇରାନ୍‌ ମିସାଇଲ୍‌ ମାଡ କରିଛି। ଗତ ଗୁରୁବାରରେ ଇରାନ୍‌ର ମିସାଇଲ୍‌ ମାଡରେ ଏକ ୟୁକ୍ରେନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୧୭୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

{"id":210439,"sizeSlug":"large"}

ଏହାପରେ ଇରାନ୍‌ରେ ସଡକରେ ହଜାର ହଜାର ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ଅନେକ ଛାତ୍ର ସାମିଲ ହୋଇଛନ୍ତି। ରବିବାରରେ ଇରାନ୍‌ରେ କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନରେ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ କରାଯାଇଛି । ଇରାନ୍‌ ସରକାରଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ କରିଛନ୍ତି ।

{"id":210440,"sizeSlug":"large"}

ଇରାନ୍‌ ପକ୍ଷରୁ ମାନବୀୟ ଭୁଲ୍‌ ଯୋଗୁଁ ମିସାଇଲ୍‌ ମାଡ କରାଯାଇ ଏହି ବିମାନକୁ ଖସାଇ ଦିଆଯାଇଥିବା ସ୍ୱୀକାର କରାଯାଇଥିଲା । ଏହାପରେ ବିଶ୍ୱବ୍ୟାପୀ ଏହା ର ନିନ୍ଦା କରାଯାଇଥିଲା। ମିସାଇଲ୍ ଉତ୍‌କ୍ଷେପଣ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇରାନ୍‌ କହିଛି ।

{"id":210441,"sizeSlug":"large"}

ଟ୍ରମ୍ପ ବି ଏହି ପ୍ରଦର୍ଶନକାରୀମାନଙ୍କର ସମର୍ଥନ କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଲୋକମାନଙ୍କୁ ଗୁଳି କରାଯାଏ ନାହିଁ ବୋଲି ସେ ଟ୍ୱିଟ କରିଛନ୍ତି ।

{"id":210442,"sizeSlug":"large"}

ବିକ୍ଷୋଭକାରୀମାନେ ଇରାନ୍‌ର ଶାସକଙ୍କ ବିରୋଧରେ ନାରାବାଜି କରିବା ସହ ଆୟାତୁଲ୍ଲା ଖେମନେଇଙ୍କପ ପୋଷ୍ଟର ଫାଡି ଦେଇଥିଲେ । ଏବେ ସେମାନେ ଆୟାତୁଲ୍ଲାଙ୍କର ଇସ୍ତଫା ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.