ଟିକେଟ୍ କଟିବା ପ୍ରତିବାଦ, ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ କର୍ମୀଙ୍କ ଧାରଣା

Published By : Prameya-News7 Bureau | March 22, 2019 IST

ଭୁବନେଶ୍ବର ୨୨|୩ : ପ୍ରକାଶ ପାଇଛି ବିଜେପିର ପ୍ରାର୍ଥୀ ତାଲିକା । ବିଜେଡି ପରେ ଏବେ ବିଜେପିରେ ମଧ୍ୟ ଟିକେଟ କଟାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତକାଲି ବିଜେପି ପକ୍ଷରୁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇଥିବା ଆଶାୟୀମାନେ ନିରାଶ ହୋଇଥିବାର ଦେଖିବାକୁ ମିଳିଛି । ଏକାମ୍ର ଭୁବନେଶ୍ବରର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିବା ବିଜେପି ନେତା ଅମୀୟ ଦାସଙ୍କୁ ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ଟିକେଟ ଦିଆଯାଇଛି । ଫଳରେ ଅମୀୟଙ୍କ ସମର୍ଥକମାନେ ଆଜି ସକାଳେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଆହୁରି ଅନେକ ଅଶାୟୀଙ୍କ ଟିକେଟ କଟିଥିବାରୁ ସେମାନଙ୍କ ସମର୍ଥକମାନେ ମଧ୍ୟ ବିରୋଧ ଆରମ୍ଭ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବିଜେପି ପକ୍ଷରୁ ପ୍ରକାଶ ପାଇଥିଲା ପ୍ରାର୍ଥୀ ତାଲିକା । ଓଡିଶାର ୧୦ଟି ଲୋକସଭା ଆସନ ଓ ୯୯ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.