ଆଜି ପୁଣି ଥରେ ବସିପାରେ ମନ୍ତ୍ରୀସ୍ତରୀୟ ବୈଠକ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ବର ୨୩/୮ : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ଥରେ ବସିପାରେ ମନ୍ତ୍ରୀସ୍ତରୀୟ ବୈଠକ । ଦୀର୍ଘଦିନ ହେବ ଶିକ୍ଷକମାନେ ଧାରଣା ଦେଇଥିବା ବେଳେ ଉଭୟ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଚିନ୍ତାରେ । ସପ୍ତାହେ ହେବ ଶିକ୍ଷକମାନେ ଧାରଣାରେ ବସିଥିବାରୁ ପାଠପଢ଼ା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛି । ସୋମବାର ଦାବି ନେଇ ମିଳିତ ମଞ୍ଚର କର୍ମକର୍ତ୍ତା ଓ ତିନି ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ବୈଠକରେ କିଛି ନିଷ୍ପତି ନିଆଯାଇ ପାରିନଥିଲା । ବୈଠକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ନାରାୟଣ ଦାସ ଯୋଗ ଦେଇଥିଲେ । ଶିକ୍ଷକମାନେ ରଖିଥିବା ୭ ଦଫା ଦାବି ମଧ୍ୟରୁ କିଛି ପୂରଣ କରାଯାଇଛି । ଅନ୍ୟାନ୍ୟ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଉଛି । ତେଣୁ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ପାଠପଢ଼ାରେ ଯୋଗ ଦେବା ଲାଗି ଅର୍ଥମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏଣୁ ଦିନକ ପରେ ଆଉ ଏକ ବୈଠକ ଗୁରୁତ୍ବ ବହନ କରୁଛି । ଆଜି ବୈଠକରେ କିଛି ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.