ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ ଟ୍ରାଫିକ ଛକରେ ରାସ୍ତାରୋକ

Published By : Prameya-News7 Bureau | December 25, 2020 IST

ନୟାଗଡ ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ ଟ୍ରାଫିକ ଛକରେ ରାସ୍ତାରୋକ । ଶତାଧିକ ଲୋକଙ୍କ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିଯୋଗୁଁ ରାସ୍ତାର ଉଭୟ ପଟରେ ଶହଶହ ଗାଡି ମଟର ଅଟକି ରହିଥିଲା ।

ତେବେ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ଯଦୁପୁର ନାବାଲିକା ମୃତ୍ୟୁ ଘଟଣାର ରିପୋର୍ଟିଂ କରୁଥିବା କିଛି ସାମ୍ବାଦିକଙ୍କୁ ସେଠାରେ କିଛି ଲୋକ ଠେଲାପେଲା କରିବା ସହ କ୍ୟାମେରା ଭାଙ୍ଗି ଦେଇଥିଲେ । ଦୁର୍ବୃତ୍ତଙ୍କ ଗିରଫ ଦାବିରେ ଏହି ରାସ୍ତାରୋକ ହୋଇଥିଲା । ସାମ୍ବାଦିକଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.