Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜେଏନୟୁରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ

7/01/2020 at 3:56 PM

ନୂଆଦିଲ୍ଲୀ ୦୭।୦୧ – ଜେଏନୟୁରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ। ଆଜି ଅନେକ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି ।ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।ଜେଏନ୍‌ୟୁ ଭିସି ଏବେ ପଛ ଘଟଣାକୁ ଭୁଲି ନୂଆ ଆରମ୍ଭ କରିବା ପାଇଁ ଆହ୍ବାନ ଦେଇଛନ୍ତି । ସେପଟେ ଅହମ୍ମଦାବାଦରେ ଏବିଭିପି ଓ ଏନ୍‌ଏସ୍‌ୟୁଆଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି ।ଏଥିରେ ୧୦ ଜଣ ଆହତ ହୋଇଛନ୍ତି ।…

ତେଜୁଛି ଜେଏନ୍‌ୟୁ ଆକ୍ରମଣ ବିବାଦ ।ଦିଲ୍ଲୀରୁ ମୁମ୍ବାଇ ସାରା ଦେଶକୁ ବ୍ୟାପିଲାଣି ଜେଏନ୍‌ୟୁରେ ଗତ ରବିବାର ହୋଇଥିବା ଆକ୍ରମଣ ଘଟଣା ବିରୋଧରେ ନିଆଁ ।ଆଉ ଏ ହେଉଛି ଗୁଜରାଟ ଅହମ୍ମଦାବାଦରେ ଏହା ବିରୋଧରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷର ଚିତ୍ର ।ମୁହାଁମୁହିଁ ହୋଇଥିଲେ ଏବିଭିପି ଓ ଏନ୍‌ଏସ୍‌ୟୁଆଇ ଛାତ୍ର । ଅହମ୍ମଦାବାଦ୍ ଏବିଭିପି କାର୍ଯ୍ୟାଳୟ ଆଗରେ NSUI କର୍ମୀ ଧାରଣା ଦେଇଥିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା ଓ ବାଡିରେ ଆକ୍ରମଣ କରିଥିଲେ। ଯେଉଁଥିରେ ଅନେକ କର୍ମୀ ଆହତ ହୋଇଛନ୍ତି। …

ସେପଟେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତିଆଇଶୀ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଗତ ୫ ତାରିଖରେ ବିଶ୍ଵବିଦ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିଶ୍ବବିଦ୍ୟାଳୟ ବାହାରେ ୧୪୪ ଧାରା ଜାରି ରହିଛି। ତେବେ ଜେଏନ୍‌ୟୁ ଭାଇସ ଚାନସେଲର ଏମ୍‌. ଜଗଦୀଶ କୁମାର କହିଛନ୍ତି ଯେ ବିତର୍କ ଏବଂ ଆଲୋଚନା ପାଇଁ ଜଣାଶୁଣା ଏହି ବିଶ୍ବବିଦ୍ୟାଳୟରେ ହିଂସାର କୌଣସି ସ୍ଥାନ ନାହିଁ ।ଗତ ରବିବାର ହୋଇଥିବା ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷକ ଦଳ ନେତା ପିଙ୍କି ଚୌଧୁରୀ । ଜେଏନୟୁର ଛାତ୍ରଛାତ୍ରୀ ରାଷ୍ଟ୍ର ବିରୋଧୀ ଗତିବିଧିରେ ସାମିଲ ଥିବାରୁ ତାଙ୍କ ସଂଗଠନର କର୍ମୀ  ଏପରି ଆକ୍ରମଣ କରିଥିବା ସେ କହିଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।…

ଆକ୍ରମଣ ପ୍ରତିବାଦରେମୁମ୍ବାଇରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଗେଟ୍  ୱେ ଅଫ୍  ଇଣ୍ଡିଆରେ ଏକାଠି ହୋଇ ପ୍ରତିବାଦ କରିଥିଲେ । ଏହି ସମୟରେ ଜଣେ ଛାତ୍ରୀ ହାତରେ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହାକୁ ସମର୍ଥନ କରି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ଯାଦବପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଛାତ୍ର-ପୁଲିସ ମୁହାଁମୁହିଁ ହୋଇଥିଲେ ।ପୋଲିସ ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲା। ଚେନ୍ନାଇରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ମଧ୍ୟ ଜେଏନ୍ ୟୁ ହିଂସା ବିରୋଧରେ ଶୋଭାଯାତ୍ରା ବାହାରିଥିଲା।

   Related Posts