ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତେଜିଲା ଅସନ୍ତୋଷ, ବିରୋଧୀ କହିଲେ- ଇମ୍ରାନ ଖାନ ‘ସେନାର କାଠପୁତୁଳି’

Published By : Prameya-News7 Bureau | October 13, 2020 IST

ଇସ୍‌ଲାମାବାଦ ୧୩/୧୦: ପାକିସ୍ତାନ ସରକାରଙ୍କ ବିରୋଧରେ ଜାରି ରହିଛି ଜୋରଦାର ପ୍ରଦର୍ଶନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବିରୋଧର ଶିକାର ହେଉଥିବା ଦେଖିବାକୁ ମିଳିଛି। ଇମ୍ରାନ୍ ସରକାଙ୍କୁ ବିରୋଧ ଜାରି ରହିଥିବା ବେଳେ ଏବେ ଏହା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପୂର୍ବତନ ଓ ବର୍ତ୍ତମାନର ସାଂସଦଙ୍କ ସମେତ ଅନ୍ୟ ନେତା ଇମ୍ରାନଙ୍କ ବିଫଳତାକୁ ନେଇ ବିରୋଧ କରିଥିବା ବେଳେ ତାଙ୍କୁ ‘ସେନାର କାଠପୁତୁଳି’ ବୋଲି  ଆଖ୍ୟା ଦେଇଛନ୍ତି। ଅନ୍ୟ ପଡ଼ୋଶୀ ଦେଶମାନଙ୍କ ସହ ପାକିସ୍ତାନର ଅକ୍ଷମତା ପାଇଁ ସେନାକୁ ଦାୟି କରିଛନ୍ତି ଅସନ୍ତୁଷ୍ଟ ନେତା।

ପୂର୍ବତନ ସିନେଟର ଆଫ୍ରାସିଆବ ଖାତକ ‘ଏସଏଏଟିଏଚ୍‌’ପଞ୍ଚମ ବାର୍ଷୀକ ସମ୍ମିଳନୀରେ ଯୋଗ ଦେଇ ପାକିସ୍ତାନରେ ଆଘୋଷିତ ମାର୍ସଲ ଆକ୍ଟ ଲାଗୁ ହୋଇଥିବା କହିଛନ୍ତି। ପୂର୍ବରୁ ‘ଏସଏଏଟିଏଚ୍‌’ ସମ୍ମିଳନୀ ଲଣ୍ଡନ ଓ ଓ୍ବାଶିଂଟନରେ ହୋଇଥିଲା। କିନ୍ତୁ ପଞ୍ଚମ ସମ୍ମିଳନୀରେ ସମସ୍ତ ସଦସ୍ୟ ଡିଜିଟାଲ୍‌ ମାଧ୍ୟମରେ ସାମିଲ ହୋଇଥିଲେ। ତେବେ ଏହି ସମ୍ମଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ‘ସୈନ୍ୟ କାଠପୁତୁଳି’ ଆଖ୍ୟା ଦିଆଯାଇଥିବା କୁହାଯାଇଥିଲା। ତେବେ ଏହି ସମ୍ମଳନୀରେ ନେତା, ସାମ୍ବାଦିକ, ବ୍ଲଗର, ସାମଜିକ କର୍ମୀମାନେ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ଅନୁସାରେ ବହୁ ବାର ‘ଏସଏଏଟିଏଚ୍‌’ ସମ୍ମଳନୀ ବନ୍ଦ କରିବା ସହ ନେତାମାନଙ୍କ ବିଦେଶ ଯିବା ଉପରେ ରୋକ ଲଗାଇବାକୁ ସେନା ଚେଷ୍ଟା କରିଥିଲା। କିନ୍ତୁ ଏଥର ଡିଜିଟାଲ୍‌ ମାଧ୍ୟମରେ ହୋଇଥିବା ଏହି ସମ୍ମିଳନୀରେ ବହୁ ଅସନ୍ତୁଷ୍ଟ ଚେହେରା ସାମିଲ ହୋଇଥିଲେ। ଏହି ସମ୍ମଳନୀରେ ସମ୍ବୋଧିତ କରି ଖାତକ କହିଥିଲେ, ପାକିସ୍ତାନରେ ଲାଗୁ ହୋଇଥିବା ମାର୍ଶଲ ଲ’ ଅତି ଭୟଙ୍କର। ଏହାଦ୍ବାରା ବହୁ ସମ୍ବିଧାନିକ ସଂସ୍ଥାକଗୁଡ଼ିକୁ ବିକ୍ରୁତ କରାଯାଇଛି। ବର୍ତ୍ତମାନର ସୈନ୍ୟ ବ୍ୟବସ୍ଥା ରାଜନୈତିକ କ୍ଷେତ୍ରକୁ ସଙ୍କୋଚିତ କରୁଛନ୍ତି। ଏପରିକି ଗୁଇନ୍ଦା ବିଭାଗ ସାଂସଦଙ୍କୁ କେବେ କେଉଁ ଅଧିବେସନରେ ସାମିଲ ହେବେ ସେନେଇ ନିର୍ଦେଶ ଦେଉଛନ୍ତି ବୋଲି ସେ କହିଛନ୍ତି।

ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଓ ସ୍ବତନ୍ତ୍ରତାକୁ ରୋକିବା ନୀତି ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ସମ୍ମାନ ହାନି କରୁଛି ବୋଲି କହିଛନ୍ତି ହକ୍କାନୀ। ଅନ୍ତର୍ଜାତୀୟ ସ୍ତରରେ ଇମ୍ରାନ ଖାନ ପାକିସ୍ତାନକୁ କମଜୋର କରିବା ପ୍ରସଙ୍ଗ ସହ ଅଳ୍ପସଂଖ୍ୟକଙ୍କ ହକ୍ ଛଡ଼ାଇବା ପ୍ରସଙ୍ଗ ଉପରେ ମଧ୍ୟ ସମ୍ମଳନୀରେ ଆଲୋଚନା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.