Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଉଚ୍ଛେଦ ପୂର୍ବ ସର୍ଭେ କାମକୁ ବିରୋଧ

19/09/2019 at 5:20 PM

ପୁରୀ ୧୯।୦୯-  ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ମଧ୍ୟରେ ସର୍ଭେ ଓ ମାପଚୁପ କାର୍ଯ୍ୟ ଚତୁର୍ଥ ଦିନରେ ପହଞ୍ଚିଛି । ତେବେ ଏହାକୁ ନେଇ ବିରୋଧ ମୁଣ୍ଡ ଟେକିଛି । ବିନା ନୋଟିସ ଓ ଆଲୋଚନାରେ ପ୍ରଶାସନ ବଳ ପୂର୍ବକ ସର୍ଭେ କରୁଥିବାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ବିରୋଧ ହୋଇଛି । ଅନ୍ୟପଟରେ ପ୍ରଥମ ପର୍ଯ୍ୟାୟରେ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନ କରାଯାଇ ୭୫ ମିଟର ସୀମା ନିର୍ଦ୍ଧାରଣ କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।    

ଶ୍ରୀମନ୍ଦିର ପୂର୍ବ ଦିଗରୁ ସୋମବାର ଠାରୁ ସର୍ଭେ ଓ ମାପଚୁପ କାର୍ଯ୍ୟ  ଆରମ୍ଭ ହୋଇଛି ।  ସର୍ଭେ ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଆଜି ପଶ୍ଚିମ ଦ୍ୱାରରେ ସେବାୟତ ଓ ସ୍ଥାନୀୟ ବାସିନ୍ଦା ମାପଚୁପକୁ ବିରୋଧ କରିଛନ୍ତି । ହରଚଣ୍ତୀ ସାହିର ସେବାୟତ ବେଲବାଇ ମନ୍ଦିରରେ ଦୀର୍ଘ ସମୟ ଧରି ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରକୁ ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷା ଯୋଗାଇ ଆସୁଥିବା ସେବାୟତ ପରିବାର କୌଣସି ପରିସ୍ଥିତିରେ ଭିଟାମାଟି ଛାଡ଼ିବେ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ।   

କେବଳ ହରଚଣ୍ତୀ କିମ୍ୱା ମଣିକର୍ଣ୍ଣିକା ସାହି ନୁହେଁ ବରଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସମସ୍ତ ସାହିର ବାସିନ୍ଦା ଏଭଳି ସର୍ଭେ ଓ ମାପଚୁପକୁ ବିରୋଧ କରିଛନ୍ତି । ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ନୋଟିସ କିମ୍ୱା ଆଲୋଚନା ନକରି ପୋଲିସ ଫୋର୍ସ ଉପସ୍ଥିତିରେ ଘରେ ପଶି ମାପଚୁପକୁ ବିରୋଧ କରାଯାଇଛି । ଅନ୍ୟପଟରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି ଆଇନ ଅନୁଯାୟୀ ଶ୍ରୀମନ୍ଦିର ୭୫ ମିଟର ପରିଧି ମଧ୍ୟରେ ଶେଷ ଲାଇନ୍ ଅଫ କଣ୍ଟ୍ରୋଲ ପଏଣ୍ଟକୁ ଚିହ୍ନଟ କରି ମାର୍କିଂ କରାଯାଉଛି । ମାପଚୁପ ସରିବା ପରେ ଲୋକଙ୍କ ଅଭିଯୋଗ ଓ ଆପତ୍ତି ଶୁଣାଯିବ । ପୁନର୍ବାସ ଓ ପୁର୍ନଥଇଥାନ ପ୍ୟାକେଜ ସଂପର୍କରେ ମଧ୍ୟ ଲୋକଙ୍କୁ ବୁଝାଯାଉଛି ।                           

ବିସ୍ଥାପିତ ହେବାକୁ ଥିବା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଲୋକଙ୍କ ସହ ଆଲୋଚନା ନକରି ଏଭଳି ସର୍ଭେ ଓ ଜମି ଅଧିଗ୍ରହଣ ପ୍ରୟାସ କଲେ ଜନ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ଆଲୋଚନା ହେଉଛି ।

   Related Posts