ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରୁଛି ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର ୫|୯: ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରୁଛି ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ୨୦ଦିନ ହେଲା ହକ୍ ପାଇଁ ଲୋୟର ପିଏମଜିରେ ବସିଥିବା ମଞ୍ଚର କାର୍ଯ୍ୟକର୍ତ୍ତାମାନେ ଏଥର ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ୍ ଏବଂ କଲେଜରେ ତାଲା ଝୁଲିବ । ଯେଉଁ ସ୍କୁଲ୍ ଖୋଲିଥିବ, ତାକୁ ବି ପିକେଟିଂ କରି ବନ୍ଦ କରାଯିବ । ସରକାରଙ୍କ ବିରୋଧରେ ରାଜଧାନୀରେ ଏକାଠି ହେବେ ୫୦ ହଜାରରୁ ଅଧିକ ଶିକ୍ଷକ । ୬ ଓ ୭ ତାରିଖ ୨ ଦିନ ଧରି ବିଧାୟକଙ୍କ ବାସଭବନ ଘେରିବେ ଶିକ୍ଷକ । ୧୦ରେ ବ୍ଲକ୍ ଅଫିସ୍ ଆଗରେ ଧାରଣାରେ ବସିବେ । ୧୭ରେ ପ୍ରତି ପଞ୍ଚାୟତରେ ପଦଯାତ୍ରା ଏବଂ ମୋଟରସାଇକେଲ ରାଲି ସହ, ଲିଫଲେଟ୍ ବାଣ୍ଟିବା ଭଳି ପ୍ରତିବାଦର ଲମ୍ବା ଯୋଜନା କରିଛି ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ସେପଟେ ଏଭଳି ପରିସ୍ଥିତିକୁ ଦେଖି ଗୁରୁ ଦିବସରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କୃତି ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ସରକାର । ଅନ୍ୟପକ୍ଷରେ, ଏଭଳି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ଗୁରୁଦିବସର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ ନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.