Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା ପାଇଁ ଡାକ୍ତର ରାଜି,ଏବେ ସ୍ଥାନ ଓ ସମୟକୁ ଅପେକ୍ଷା, ରାଜ୍ୟରେ ସୁଧୁରିନି ସ୍ୱାସ୍ଥ୍ୟସେବା

16/06/2019 at 3:42 PM

କୋଲକାତା ୧୬।୬:  ଶେଷରେ ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗର ଆନ୍ଦୋଳନକାରୀ ଡାକ୍ତର। ଫଳରେ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହାର ନେଇ ଗତ ୨୪ ଘଣ୍ଟା ହେଲା ଜାରୀ ଗତିରୋଧ ଏବେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଧରାସାୟୀ ହୋଇଛି। ଏଣୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ସମସ୍ତ ଦାବିକୁ ସରକାର ମାନିନେବାକୁ ପ୍ରସ୍ତୁତ ବୋଲି ଘୋଷଣା କରିବା ସହ ଡାକ୍ତରଙ୍କୁ ସେମାନଙ୍କ କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଥିଲେ। ହେଲେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ସଂକେତ ଦିଆଯାଇନଥିଲା।

ତେବେ ଶନିବାର ରାତିରେ ଡାକ୍ତରମାନେ ସରକାରଙ୍କ ସହ ଆଲୋଚନା ନିମନ୍ତେ  ସହମତ ହୋଇଥିଲେ। ଏ ନେଇ ବିଳମ୍ବିତ ରାତ୍ରିରେ ଜୁନିୟର ଡାକ୍ତରଙ୍କ ମିଳିତ ଫୋରମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସରକାରଙ୍କ ସହ ଆମେ ଆଲୋଚନା ନିମନ୍ତେ ସର୍ବଦା ପ୍ରସ୍ତୁତ ବୋଲି ମୁଖପାତ୍ର କହିଥିଲେ । ତେବେ ଆଲୋଚନା ନିମନ୍ତେ ସ୍ଥାନ ଓ ସମୟ ନେଇ ସଙ୍ଗଠନର ନିଷ୍ପତ୍ତିକୁ ଆମେ ଅପେକ୍ଷା କରିବୁ ବୋଲି କହିଥିଲେ। ତେବେ ଏପର୍ଯ୍ୟନ୍ତ ସରକାରଙ୍କ ସହ ସଂଘର ଆଲୋଚନା ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସମାପ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଆଲୋଚନା ନିମନ୍ତେ ଡାକ୍ତରଙ୍କ ପ୍ରତିନିଧିଙ୍କୁ ସଚିବାଳୟ ଡାକିଥିଲେ। ତେବେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସେମାନେ ନ ପହଞ୍ଚିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସମସ୍ତ ଦାବି ସରକାର ମାନିବାକୁ ପ୍ରସ୍ତୁତ ବୋଲି  ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ତେବେ ସେମାନେ ତୁରନ୍ତ ନିଜନିଜ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ନିବେଦନ କରିଥିଲେ ମମତା। ଏପରିକି ସରକାର ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ମଧ୍ୟ କହିଥିଲେ। ହେଲେ ଏପର୍ଯ୍ୟନ୍ତ ଆଲୋଚନା ଆରମ୍ଭ ହୋଇ ପାରିନଥିବାରୁ ରାଜ୍ୟର ସ୍ୱାସ୍ଥ୍ୟସେବା ପରିସ୍ଥିତିରେ ଏବେବି ସୁଧାର ଆସିପାରିନଥିବା ଜଣାପଡିଛି।

   Related Posts