ଗୁରୁବାରରେ ପୁଣି କମିଲା ସୁନା ଓ ରୂପା ଦର

Published By : Prameya-News7 Bureau | November 07, 2019 IST

ନୂଆଦିଲ୍ଲୀ - ସେପ୍ଟେମ୍ବର ମାସରେ ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିବା ସୁନା ଦର ପୁଣି ହ୍ରାସ ପାଇଛି । MCXରେ ସୁନାଦର ହ୍ରାସ ପାଇଛି । ଭାରତରେ ସୁନାଦର ବୁଧବାର ଅପେକ୍ଷା ୦.୬୪ ପ୍ରତିଶତ ହ୍ରାସ ପାଇଛି । ଏବେ ପ୍ରତି ୧୦ ଗ୍ରାମ ସୁନା ୩୮,୦୦୩ ରହିଛି । ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ଅପେକ୍ଷା ସୁନା ଦର ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି ।

{"id":180650}

ସେହିପରି ରୂପା ଦର ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ରୂପା କିଲୋପ୍ରତି ୦.୬ ପ୍ରତିଶତ ହ୍ରାସ ପାଇ କିଲୋପ୍ରତି ୪୫,୩୮୯ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରରେ ସୁନା ଓ ରୂପାଦର ସାମାନ୍ୟ ବୃଦ୍ଧି ପାଇଛି । ଏହା ପ୍ରତି ଆଉନସ୍‌ ୧,୪୯୦.୮୯ ଡଲାରରେ ପହଞ୍ଚିଛି । ଆମେରିକା ଓ ଚୀନ୍‌ ମଧ୍ୟରେ ହୋଇଥିବା ଟ୍ରେଡ୍‌ ଓ୍ୱାର ଯୋଗୁଁ ଏପରି ପରିସ୍ଥିତ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.