ପୁଣି ୩ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା ୩୯୪ ଛୁଇଁଲା

Published By : Prameya-News7 Bureau | May 11, 2020 IST

ଭୁବନେଶ୍ୱର, ୧୧|୦୫ :   ରାଜ୍ୟରେ ପୁଣି ଆଉ ୩ଜଣ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ମାମଲା ୩୯୪କୁ ବୃଦ୍ଧି ପାଇଛି । ନୂଆକରି ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଟକ, ଯାଜପୁର ଓ ମୟୂରଭଞ୍ଜର ବୋଲି ଜଣାପଡିଛି ।

ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ସୋମବାର ସକାଳେ ରାଜ୍ୟରେ ଆଉ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଆହୁରି ୩ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

{"id":268229,"width":840,"height":319,"sizeSlug":"large"}

ଆଜି ସକାଳେ ଗଞ୍ଜାମ, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଥିବା ବେଳେ ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଟକ, ମୟୂରଭଞ୍ଜ ଓ ଯାଜପୁରର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.