Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ବ୍ୟାଙ୍କ ଟଙ୍କା ହେରଫେର ଚାପରେ ଏଜେଣ୍ଟଙ୍କ ଆତ୍ମହତ୍ୟା ! ମୃତଦେହ ଉଦ୍ଧାର କଲା ପୁଲିସ

5/04/2021 at 10:09 PM

ଢେଙ୍କାନାଳ ୦୫।୦୪: ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ବୋରାପଦା ଗହମଖୁଣ୍ଟି ରାସ୍ତାରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ମୃତଦେହ ସଦର ପୁଲିସ  ଉଦ୍ଧାର କରିଛି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ବିଭୁତି ଭୂଷଣ ମହାନ୍ତି । ସେ ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ କାନାରା ସିଣ୍ଡିକେଟ ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରନ୍ତି ।

ସେ ବୋରାପଦା ଅଂଚଳରେ ପରିବାର ସହ ରହୁଥିଲେ ।  ଆଜି ରାତିରେ ବୋରାପଦା ଗହାଖୁଣ୍ଟି ରାସ୍ତାରେ ତାଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପାଖରେ ତାଙ୍କର ଏକ ସ୍କୁଟି ପଡିଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖାଯାଇଛି । ପୁଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର ସଠିକ କାରଣ  ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୀମିତ ରହିଥିଲେ ମଧ୍ୟ ବ୍ୟାଙ୍କରେ ହେରଫେର କାମ ଯୋଗୁଁ ସେ ମାନସିକ ଚାପରେ ରହିଥିଲେ ବୋଲି ଜଣାପଡିଛି । ଫଳରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

   Related Posts