ମାଲେସିଆ ପଠାଇବାକୁ କହି ଶତାଧିକ ଲୋକଙ୍କୁ ଠକିଲେ ଦଲାଲ୍

Published By : Prameya-News7 Bureau | November 25, 2019 IST

ନୟାଗଡ଼ ୨୫/୧୧: ମାଲେସିଆରେ ଚାକିରି କରାଇଦେବାକୁ କହି ଜଣେ ଦଲାଲ୍ ନୟାଗଡ ସହରରେ ଅଫିସ୍ ଖୋଲି ଶହଶହ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି  । ନୟାଗଡ ଏବଂ ଖୋର୍ଦ୍ଧ। ଜିଲ୍ଲାର ଲୋକମାନେ ଏହି ଠକାମିର ଶିକାର ହୋଇଛନ୍ତି। ଏପରିକି ଏହି ଦଲାଲ୍ ହାବୁଡରେ ପଡି କିଛି ଲୋକ ଏବେ ମାଲେସିଆରେ ନିର୍ଯ୍ୟାତିତ ଅବସ୍ଥାରେ ଥିବା ଭିଡିଓ ସାମ୍ନାକୁ ଆସିଛି । 

ମାଲେସିଆରେ ବିଭିନ୍ନ କମ୍ପାନୀ ଏବଂ ସପିଂ ମଲରେ ଚାକିରୀ କରାଇଦେବାକୁ କହି ଜଣ ଜଣଙ୍କଠାରୁ ୬୦ହଜାର ଟଙ୍କା ଲେଖଁ।ଏ ଠକିନେଇଛନ୍ତି ଦଲାଲ୍ । ୪୦୦ରୁ ଉର୍ଦ୍ଧ ଲୋକ ଏଭଳି ଠକାମିର ଶିକାର ହୋଇଥିବା ଆସିଛି ଅଭିଯୋଗ । ସେହି ଦଲାଲ୍ ହାବୁଡରେ ପଡି ଦୁଇମାସ ତଳେ ମାଲେସିଆ ଯାଇଥିବା କିଛି ଶ୍ରମିକ ଏବେ ଭୋକ ଉପାସରେ ସେଠାରେ ଟଙ୍କା ନପାଇ ପଡି ରହିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଶରଣକୁଳ ଥାନା ହରିହରପୁର ଗ୍ରାମର ରବିନ୍ଦ୍ର କୁମାର ପାଢୀ ଏବଂ ତାଙ୍କ ସ୍ତ୍ରୀ ସୁରଧୁନୀ ପଣ୍ଡା ନୟାଗଡ ସହରର ଲକ୍ଷ୍ମଣ ନଗରଠାରେ ଏମ୍.ଏସ୍ ସୁରଧୁନୀ ନାମକ ଏକ କାର୍ଯ୍ୟାଳୟ ଖୋଲିଥିଲେ । ଗରିବ ଶ୍ରମିକ ଶ୍ରେଣିର ଲୋକଙ୍କୁ ଚୁନା ଲଗାଇବା ଏହି କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ମାଲେସିଆରେ ବିଭିନ୍ନ ସପିଂ ମଲ୍ ଏବଂ ନାମିଦାମୀ କମ୍ପାନୀରେ ଚାକିରି କରାଇଦେବାକୁ କହି ଏହି ସଂସ୍ଥା ଲୋକଙ୍କଠାରୁ ବିଭିନ୍ନ ସମୟରେ ଠକି ଆସୁଥିଲା । ତେବେ ଗତ ୧୮ତାରିଖରେ ଠକାମି ସମ୍ପର୍କରେ କଥା ବାହାରକୁ ଆସିଥିଲା । ନୟାଗଡ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଟେଶ୍ବର ଗଁ।ର କିଛି ଶ୍ରମିକ ମାଲେସିଆ ଯିବାପାଇଁ ଏହି ଅଫିସରେ ଜଣକ ଲେଖାଏଁ ୬୦ହଜାର ଟଙ୍କା ଲେଖଁ।ଏ ଦେଇଥିଲେ । ୧୮ତାରିଖରେ ଭୁବନେଶ୍ବର ବିମାନବନ୍ଦରରେ ସେମାନଙ୍କୁ ପହଞ୍ଚିବାକୁ ରବିନ୍ଦ୍ର କହିଥିଲେ । ଏପରିକି ସେମାନେ ନିଜ ନିଜର ପାସପୋର୍ଟ କରିଦେଇଥିଲେ ।  ତେବେ ସେଠାରେ ପହଞ୍ଚିବା ପରେ ଭିସା କାଗଜ ଦେବାପାଇଁ ରବିନ୍ଦ୍ର ଧରା ଦେଇନଥିଲେ । ରଣପୁର ଅଞ୍ଚଳର  ଶ୍ରମିକମାନେ ସନ୍ଦେହରେ ସେଠାରେ ଥିବା  କମ୍ପାନୀର ୩ଜଣ କର୍ମଚାରୀଙ୍କୁ ଧରି ଆଣି ଅଟକ ରଖିଥିଲେ । ପରେ ସେମାନଙ୍କୁ ଶ୍ରମିକମାନେ ରଣପୁର ଥାନାର ଜିମା ଦେବା ସହ ୨୦ରୁ ଅଧିକ ଠକାମିର ଶିକାର ହୋଇଥିବା ଶ୍ରମିକ ଏ ସମ୍ପର୍କରେ ଥାନାରେ କମ୍ପାନୀ ବିରୁଦ୍ଧରେ ଏତଲା ଦେଇଛନ୍ତି । ଆଜି ଭଟେଶ୍ବର ଗଁ।ର ୧୭ରୁ ଅଧିକ ଶ୍ରମିକ ରବିନ୍ଦ୍ର ଏବଂ ତାଙ୍କ ସହେଯାଗୀଙ୍କ ବିରୁଦ୍ଧରେ ନୟାଗଡ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ୧୮ ,୨୨ ଏବଂ ୨୫ତାରିଖରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ମାଲେସିଆ ଯିବାକୁ ରବିନ୍ଦ୍ର କହିଥିବା ଏହି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସୁନା ଗହଣା ବନ୍ଧା ରଖି ଏବଂ ଧାରଉଦ୍ଧାର କରି ଆଣି ଦେଇଥିବା ଟଙ୍କାକୁ ସେମାନଙ୍କୁ ଫେରାଇଦେବାପାଇଁ ପଦକ୍ଷେପ ନେବାକୁ ସେମାନେ ପୋଲିସକୁ ଅନୁରୋଧ କରିଛନ୍ତି । ସେପଟେ ଗତ ଦୁଇମାସ ତଳେ ମାଲେସିଆ ଯାଇଥିବା ଗୋଡିପଡା ଅଞ୍ଚଳର ୯ଜଣ ଶ୍ରମିକ ସେଠାରେ ଅତି ଦୟନୀୟ ଅବସ୍ଥାରେ ରହିଥିବାର ଏକ ଭିଡିଓ ଆସିବାପରେ ସେମାନଙ୍କ ପରିବାର ଏବେ ଚିନ୍ତାରେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି । 

ଅଭିଯୋଗ ପରେ ରଣପୁର ପୋଲିସ ସୁରଧୂନୀ ସଂସ୍ଥାର ତିନିଜଣ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସ୍ତ୍ରୀ କିନ୍ତୁ ଫେରାର୍ ହୋଇଯାଇଛନ୍ତି । ଆଜି ଅଭିଯୋଗ ପାଇବାପରେ ଅଧିକ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ କହିଛନ୍ତି ।  

ବିଦେଶରେ ୪୦ରୁ ୫୦ହଜାର ଟଙ୍କା ରୋଜଗାର କରିବାର ଆଶା ଦେଖାଇ ଶହଶହ ଶ୍ରମିକଙ୍କ ଠାରୁ କୋଟିକୋଟି ଟଙ୍କା ଲୁଟ୍ କରିଥିବା ଏହି ସଂସ୍ଥାର ମାଲିକଙ୍କ ସହ  ଅନ୍ୟ କାହାର ହାତ ରହିଛି ସେ ସମ୍ପର୍କରେ ଖୋଳତାଡ କରିବା ସହ ଲୋକମାନେ କିପରି ସେମାନଙ୍କ ଟଙ୍କା ଫେରସ୍ତ ପାଇବେ ସେଥିପାଇଁ ପଦକ୍ଷେପ ନେବାକୁ ଶ୍ରମିକମାନେ ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.