Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଲକଡାଉନ୍ ବେଳେ ଋଣ ଲଗାଣକାରୀ କମ୍ପାନୀ ଏଜେଣ୍ଟଙ୍କ ଜୁଲମ୍, କଣ୍ଟେନମେଣ୍ଟ୍ ଜୋନରେ ବାଡ ଡେଇଁ ପଶିଲେ, ଲୋକେ ଧରି ଅଫିସରଙ୍କ ଜିମା ଦେଲେ

27/06/2020 at 8:24 PM

ପଦ୍ମପୁର, ୨୭|୦୬:  ସରକାରଙ୍କ ଦ୍ବାରା ବରଗଡ ଜିଲ୍ଲା ପଦ୍ମପୁର ସହରରେ କଣ୍ଟାପଡାକୁ ନିଶିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ ଏକ ଫାଇନାନ୍ସ କମ୍ପାନୀର ଭାରତ ଫାଇନାନ୍ସର ଜଣେ ଏଜେଣ୍ଟ  ଲୁଚିଛପି ଏହି ନିଷିଦ୍ଧାଞ୍ଚଳକୁ ପଶି ୠଣ ଅସୁଲ କରିଥିବା ଦେଖିବାକୁ ମିଳିଛି । ଖବରପାଇ ପଦ୍ମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ଯୁବକକୁ ଅଟକ ରଖିଛନ୍ତି ଏବଂ ଏଜେଣ୍ଟ ତଥା କମ୍ପାନୀ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଷିଦ୍ଧାଞ୍ଚଳ ଘୋଷିତ ଅଞ୍ଚଳକୁ କେହି ବାହାର ଲୋକ ଯାଇପାରିବେ ନାହିଁ କିମ୍ବା ଭିତରୁ ବାହାରକୁ ଆସି ପାରିବେ ନାହିଁ । ହେଲେ ସରକାରଙ୍କ ଦ୍ବାରା ଘୋଷିତ ନିଷିଦ୍ଧାଞ୍ଚଳକୁ ଲୁଚିଛପି ପଶି ୠଣ ଅସୁଲ କରିବା ଘଟଣାରୁ ଏହା ଜଣାପଡୁଛି କି ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ସରକାରଙ୍କ ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ କରୁଛନ୍ତି । ତେବେ ଏପରି ଅର୍ଥ ଲଗାଣକାରୀ ସଂସ୍ଥା ଉପରେ ସରକାର କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି l

କରୋନା ତାଳାବନ୍ଦ ଯୋଗୁଁ ବର୍ତ୍ତମାନ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ସରକାର ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକୁ ୠଣ ଅସୁଲ କରିବା ପାଇଁ କଟକଣା ଜାରିକରିଛନ୍ତି । ହେଲେ ସରକାରଙ୍କ ନିୟମକୁ ଅବମାନନା କରି କିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନେ ମହିଳା ମାନଙ୍କୁ ୠଣ ପଇଠ କରିବା ପାଇଁ ବାଧ୍ୟ କରୁଛନ୍ତି । ଏମିତି କି ଧମକ ଚମକ ଦେବା ସହ ୠଣର ସୁଧ ଅଧିକ ମାଗୁଥିବା ଅଭିଯୋଗ ହେଉଛି । ପଦ୍ମପୁର ଅଞ୍ଚଳର ସମସ୍ତ ଗ୍ରାମରୁ ଏଭଲି ଘଟଣାର ଅଭିଯୋଗ ଆସୁଛି ।

   Related Posts