Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ବୟସ ମାତ୍ର ୧୪ ବର୍ଷ, ହଜାର ଥର ହୋଇଛନ୍ତି ଦୁଷ୍କର୍ମର ଶିକାର, ପଢ଼ନ୍ତୁ ଏଇ ଛାତିଥରା ଖବର

9/09/2019 at 5:19 PM

ନୂଆଦିଲ୍ଲୀ୯|୯: ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।୬ ମାସରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ହଜାର ଥର ଦୁଷ୍କର୍ମ କରାଯାଇଛି। ପୀଡ଼ିତା ନାବାଳିକାଙ୍କୁ ବନ୍ଦୀ କରି ତାଙ୍କ ସହ ଆତଙ୍କବାଦୀମାନେ ଏହିଭଳି ଘୃଣ୍ୟ କାମ କରୁଥିଲେ ବୋଲି ପୀଡ଼ିତା ନିଜେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଇସ୍ଲାମିକ ଷ୍ଟେଟ୍‌ (ଆଇଏସ)ର ଖୁଖ୍ୟାତ ଆତଙ୍କବାଦୀ କବଜାରୁ ଖସି ଆସିଥିବା ୧୪ ବର୍ଷର ନାବାଳିକା ଗୋଟି ଗୋଟି କରି ସବୁ କଥା କହିଛନ୍ତି।ପୀଡ଼ିତା କହିଛନ୍ତି ଯେ, ଦୀର୍ଘ ୬ମାସ ହେଲା ତାଙ୍କୁ ଆଇଏସରେ ନର୍କ ଯନ୍ତ୍ରଣା ଦିଆଯାଉଥିଲା।ପ୍ରତ୍ୟେକ ଦିନ ତାଙ୍କୁ ବଳତ୍କାର କରିବା ସହ ମାରପିଟ ମଧ୍ୟ କରାଯାଉଥିଲା କୁଚକ୍ରାନ୍ତକାରୀ ଆତଙ୍କବାଦୀ କବଳରୁ ଖସିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ । ହେଲେ ପୁଣି ତାଙ୍କୁ ଆତଙ୍କବାଦୀ ଧରି ନେଇ ଯାଇଥିଲେ।

୧୪ ବର୍ଷ ବୟସରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ସେକ୍ସ ସ୍ଲେଭ କରି ଦେଇଥିଲେ।ବଳତ୍କାର କରିବା ପରେ ଧୂଳି ଚାଟିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ପୀଡ଼ିତା କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ୧୫୦ ଝିଅଙ୍କ ମଧ୍ୟରୁ ଜଣେ ନିଷ୍ଠୁର ଆତଙ୍କବାଦୀ ତାଙ୍କୁ ବାଛିଥିଲା।ସେହି ଆତଙ୍କବାଦୀର ମୁଣ୍ଡରେ ବଡ଼ ବଡ଼ ଚୂଳ ରଖିଥିଲା।ସେମାନଙ୍କ ଯନ୍ତ୍ରଣାରେ ଅସହ୍ୟ ହୋଇ ସେ ଆତ୍ମହତ୍ୟା କରିବା ପାଇଁ ବହୁତ ଥର ଚେଷ୍ଟା କରିଛନ୍ତି। ହେଲେ ସେ ବାରମ୍ବାର ବାରମ୍ବାର ବିଫଳ ହୋଇଛନ୍ତି।ଯୁଦ୍ଧ କରିବା ପାଇଁ  ଆତଙ୍କବାଦୀମାନେ ବାହାରକୁ ଗଲା ପରେ ତାଙ୍କ କ୍ୟାମ୍ପରୁ ସେ ଖସି ପଳିଆସିଥିଲେ।

ଶେଷର ପୀଡ଼ିତା କହିଥିଲେ, ଦୁଃଖ କଥା କହିଲା ବେଳେ ତାଙ୍କ ଆଖିରୁ ଲୁହ ଆଉ ବାହାରୁ ନାହଁ। କାହିଁକି ନା ସେଠାରେ ସେ କାନ୍ଦି କାନ୍ଦି ତାଙ୍କ ଆଖରୁ ସବୁ ଲୁହ ଶୁଖିଯାଇଛି।ଜର୍ମାନୀର ଏକ ହସ୍ପିଟାଲରେ ଚିକିତ୍ସା କରିବା ପରେ ଏବେ ପୀଡ଼ିତା ସୁସ୍ଥ ଅଛନ୍ତି।ପୀଡ଼ିତା ପାଠ ପଢ଼ି ଓକିଲ ହେବେ ବୋଲି କହିଛନ୍ତି। ଇସ୍ଲାମିକ୍ ଷ୍ଟେଟ୍‌ର ଲୋକମାନେ ଆତଙ୍କବାଦୀ ଦ୍ବାରା ବହୁତ ନିର୍ଯାତନା ପାଉଛନ୍ତି। ଛୋଟ ଛୋଟ କଥାରେ ସ୍ଥାନୀୟ ଲୋକଙ୍କୁ ଗୁଳିକରି ଆତଙ୍କବାଦୀ ମାରି ଦେଉଛନ୍ତି ବୋଲି ପୀଡ଼ିତା ନାବାଳିକା କହିଛନ୍ତି।

   Related Posts