ଅଗରତାଲାରେ ନିଆରା କୁମାରୀ ପୂଜା, ୭ ବର୍ଷର ନାବାଳିକାକୁ ପୂଜା ସହ ଆଶିଷ ଭିକ୍ଷା କଲେ ଭକ୍ତ

Published By : Prameya-News7 Bureau | October 14, 2021 IST

ତ୍ରିପୁରା ୧୪/୧୦: ସବୁଠି ମାଆଙ୍କ ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ସାରା ଦେଶରେ ପୂଜା ପାଉଛନ୍ତି ମହାମାୟା । ତେବେ ବିଭିନ୍ନ ସ୍ଥାନରେ ପୂଜା କିଛି ଖାସ୍ ଜିନିଷ ଦେଖିବାକୁ ମିଳିଥାଏ । ଗତକାଲି ମହାଷ୍ଟମୀରେ ତ୍ରିପୁରା ଅଗରତାଲାରେ ଦେଖିବାକୁ ପାରମ୍ପରିକ କୁମାରୀ ପୂଜାର ମାହୋଲ ।

wp:html /wp:html

ଭକ୍ତମାନେ ୭ ବର୍ଷର ନାବାଳିକାଙ୍କୁ 'କୁମାରୀ ବେଶରେ ସଜାଇ ମାଆ ଦୁର୍ଗାଙ୍କ ରୂପେ ପୂଜା କରିଥିଲେ । କାରଣ ସେଠାରେ ପାଳ ହୋଇଥିଲା କୁମାରୀ ପୂଜା । ଯାହା ପାରମ୍ପାରିକ ଭାବରେ ନାରୀତତ୍ତ୍ୱର ଆତ୍ମା ​​ପାଳନ କରିବା ପାଇଁ କରାଯାଏ । ପୂଜା'ର ଅଂଶ ଭାବରେ ପ୍ରଣାମ କରିବା ସହ ଆଶିଷ କାମନା କରିଥିଲେ ଭକ୍ତ । ଆୟୋଜକ ବାସୁଦେବ ମହାରାଜ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଏଠାରେ କୁମାରୀ ପୂଜା ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.