Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

WTC ଫାଇନାଲରେ ଯେମିତି ହେଲେ ଏହି ତିନି ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଉ ଭାରତୀୟ ଦଳ

5/06/2021 at 11:03 PM

ନୂଆଦିଲ୍ଲୀ ୦୫।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାକୁ ଆଉ କେଇ ଦିନ ବାକି ରହିଛି। ସମୟ ଗଡିବା ସହିତ ଫାଇନାଲ୍‌ ପାଇଁ ମାହୋଲ ତିଆରି ହେବାରେ ଲାଗିଛି। ଏହି ଟାଇଟଲ ମୁକାବିଲାରେ ବିରାଟ କୋହଲିଙ୍କ ଟକ୍କର ଓ୍ଵିଲିୟମସନଙ୍କ ଦଳ ସହ ହେବ। ଯେତିକି ଯେତିକି ଫାଇନାଲ ନିକଟତର ହେଉଛି ପୂର୍ବତନ ଖେଳାଳିଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ୍ ଅଗରକର ଡବ୍ଲୁଟିସି ଫାଇନାଲରେ ଭାରତର ଦ୍ରୁତ ବୋଲିଂ ଆକ୍ରମଣ କେମିତି ରହିବା ଉଚିତ୍ କହିଛନ୍ତି।

ଅଜିତ୍ ଅଗରକର ଫାଇନାଲ ମୁକାବିଲା ପାଇଁ ନିଜର ଦ୍ରୁତ ବୋଲିଂ ଆକ୍ରମଣ ଚୟନ କରିଛନ୍ତି। ଏଥିରେ ସେ ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କୁ ରଖିଛନ୍ତି। ଯେମିତି ହେଲେ ଏହି ତିନି ବୋଲରଙ୍କୁ ନେଇ କୋହଲି ପଡିଆକୁ ଓହ୍ଲାଇବା ଉଚିତ୍ ବୋଲି ସେ କହିଛନ୍ତି। ଅଗରକର ଏକ ଟିଭି ସୋରେ କହିଛନ୍ତି ଯେ, ଫାଇନାଲ ମୁକାବିଲାରେ ଦ୍ରୁତ ବୋଲର ବହୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବେ। ସଂପ୍ରତି ଭାରତର ବୋଲିଂ ଆକ୍ରମଣ କୌଣସି ବି ସର୍ବଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ଆକ୍ରମଣ ପରି ରହିଛି।

ସେ କହିଛନ୍ତି, ଗତ କିଛି ବର୍ଷରେ ଭାରତୀୟ ଦଳର ଦ୍ରୁତ ବୋଲିଂ  ଆକ୍ରମଣ ଶକ୍ତିଶାଳୀ ହୋଇ ଯାଇଛି। ନମ୍ବର ଓ୍ଵାନ ବୋଲର ଯଶପ୍ରୀତ ବୁମରା ହୁଅନ୍ତୁ କି ଇଶାନ୍ତ ଶର୍ମା ଏହି ଦୁଇ ବୋଲର ନିକଟ ଦିନରେ ଆହୁରି ମାରାତ୍ମକ ବୋଲର ହୋଇଛନ୍ତି। ଯଦି ପିଚ୍‌ରେ ଘାସ ରହେ ତେବେ ଚୂଡାନ୍ତ ଏକାଦଶରେ ଚତୁର୍ଥ ଦ୍ରୁତ ବୋଲରଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ।

ଅଜିତ୍ ଅଗରକର କହିଛନ୍ତି, ମୁଁ କହିଥିବା ତିନି ଦ୍ରୁତ ବୋଲର ନିଶ୍ଚୟ ଫାଇନାଲ୍ ମୁକାବିଲା ଖେଳିବେ। ଆମେ ଏବେଠୁ  କହି ପାରିବ ନାହିଁ ଯେ, ଭବିଷ୍ୟତରେ ପିଚ୍‌ର ଅବସ୍ଥା କେମିତି ରହିବ। ତଥାପି ଆମ ଦ୍ରୁତ ବୋଲର ଡ୍ୟୁକ୍ ବଲରେ ବିପକ୍ଷ ଦଳ ଉପରେ ଚାପ ପକାଇ ପାରିବେ। ଆପଣ  ଜୁନ ମାସରେ ଇଂଲଣ୍ଡରେ ସୁଖା ପିଚ୍ ଆଶା କରି ପାରିବେ ନାହିଁ। ୨୦୧୮ ସିରିଜ୍‌ରେ ବୁମରା ତିନୋଟି ଟେଷ୍ଟରେ ୧୪ ଓ୍ଵିକେଟ୍ ଏବଂ ସାମି ୫ ମ୍ୟାଚ୍‌ରୁ ୧୬ ଓ୍ଵିକେଟ୍ ନେଇଥିଲେ।

   Related Posts