ଶାଶୁଘର ଲୋକଙ୍କ ଅତ୍ୟାଚାରରେ ଅତିଷ୍ଠ ମହିଳା ଥାନାରେ ପହଞ୍ଚିବାକୁ ନିର୍ବସ୍ତ୍ର ଚାଲିଲେ ୩ କିଲୋମିଟର

Published By : Prameya-News7 Bureau | May 13, 2019 IST

ବିଦାସର ୧୩।୫ :  ରାଜସ୍ଥାନ ପୋଲିସର କର୍ତବ୍ୟନିଷ୍ଠା ପ୍ରତି ପୁଣି ଉଠିଛି ଅଙ୍ଗୁଳି। ଶ୍ବଶୁର ଘରଲୋକଙ୍କ ଅତ୍ୟାଚାରରେ ଅତିଷ୍ଠ ଜନୈକା ମହିଳା ସହାୟତା ପାଇଁ ପୋଲିସକୁ ଫୋନ କଲେ। ହେଲେ ଆସିଲାନି ପୋଲିସ। ଶେଷରେ ନିର୍ବସ୍ତ୍ର ମହିଳା ପାଦରେ ୩ କିଲୋମିଟର ଚାଲିଚାଲି ଯାଇ ବିଦାଶର ଥାନାରେ ପହଞ୍ଚିବା ଏବେ ଚୁରୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ନିର୍ବସ୍ତ୍ର ଚାଲୁଥିବା ମହିଳାଙ୍କର ଲୋକେ ମୋବାଇଲରେ  ଭିଡିଓ ସୁଟିଂ କରୁଥିଲେ ହେଲେ କେହି ଜଣେବି ହେଲେ ତାଙ୍କର ଲଜ୍ଜା ନିବାରଣ ପାଇଁ ଆଗେଇ ଆସିନଥିଲେ।

{"id":111568}

୨୦ ନମ୍ବର ଜାତୀୟ ରାଜମାର୍ଗରେ ମହିଳା ଜଣକ  ନଗ୍ନ ଶରୀର ଓ ଖାଲିପାଦରେ  ଦୀର୍ଘ ୪୫ ମିନିଟ ଚାଲିଥିଲେ ବି ସହାୟତା ପାଇଁ ପୋଲିସ ପହଞ୍ଚି ନଥିଲା। ଶାଶୁଘର ଲୋକଙ୍କ ନିର୍ଜାତନା ନେଇ ମହିଳାଙ୍କ ଟେଲିଫୋନ ସୂଚନାକୁ ପୋଲିସ ଗୁରୁତ୍ବ ଦେଇ ନଥିଲା। ତେବେ ମହିଳା ନଗ୍ନ ଶରୀରରେ ଥାନାରେ ପହଞ୍ଚିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ତ୍ବରିତ କାର୍ଯ୍ୟାନୁଷ୍ଠାନ କରିବା ସହ ତାଙ୍କ ଦେଢଶୁର, ଯାଆ ଓ ଦିଅରଙ୍କୁ ଗିରଫ କରିଛି । ସେହିପରି ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ତାଙ୍କର ନଗ୍ନ ଭିଡିଓ ସୁଟିଂ କରିଥିବା ଉମାଶଙ୍କର ନାଈକୁ ମଧ୍ୟ ଗିରଫ କରାଯାଇଛି।

{"id":111569}

ଚୁରୁ ଜିଲ୍ଲା ବିଦାରସର ଥାନା ଅଞ୍ଚଳର ଓ୍ବର୍ଡ ନମ୍ବର ୫ରେ ରହୁଥିବା ମହିଳାଙ୍କ ସହ ତାଙ୍କ ପରିବାର ଲୋକଙ୍କର ରବିବାର ସକାଳେ ଝଗଡା ହୋଇଥିଲା।   ପରିସ୍ଥିତି ଏପରି ହୋଇଥିଲା ଯେ ଘର ଲୋକେ ମହିଳାଙ୍କ ପୋଷାକ ଚିରି ତାଙ୍କୁ ନିର୍ବସ୍ତ୍ର କରିଦେଇଥିଲେ। ଘଟଣା ନେଇ ସେ ଫୋନ ଯୋଗେ ପୋଲିସକୁ ସୂଚନା ଦେଇଥିଲେ। ହେଲେ ଦୀର୍ଘ ସମୟ ଧରି ପୋଲିସ ନ ପହଞ୍ଚିବାରୁ ଶେଷରେ ସେଇ ଅବସ୍ଥାରେ ମହିଳା ଥାନା ଅଭିମୁଖେ ବାହାରି ପଡିଥିଲେ। ମହିଳା ଥାନା ନିକଟସ୍ଥ ସାଲାସର ମନ୍ଦିରରେ ପହଞ୍ଚିବା ପରେ ଥାନା ଆଇଆଇସି ଓ କନଷ୍ଟେବଳ ସେଠାରେ ତାଙ୍କୁ  ବେଡସିଟ୍ ଆଣି ଘୋଡାଇଥିଲେ। ପରେ  ସେ ଥାନାକୁ ଯାଇ ତାଙ୍କର ଅଭିଯୋଗ ରୁଜୁ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.