Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପୁଣି ଫେରିଲା ଶୀତ – ରାଜ୍ୟର ଏହି ସବୁ ସ୍ଥାନରେ ଶୀତ ଲହରୀ

12/01/2020 at 5:29 PM

ଭୁବନେଶ୍ୱର ୧୨ଯ୦୧ –   ପୁଣି ଫେରିଲା ଶୀତ । ଉତ୍ତର,ଆଭ୍ୟନ୍ତରୀଣ, ଉପକୂଳ ଚାରିଆଡେ ଶୀତ ଲହରୀ । ରାଜ୍ୟର୧୩ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିବା ବେଳେ ସୋନପୁରର ସର୍ବନିମ୍ନ ତାପମାତ୍ରା ୪.୪ଡିଗ୍ରୀ ରେକର୍ଡ କରାଯାଇଛି ।  ସେପଟେ ଉତ୍ତର ଭାରତ ସମେତ ଜାମ୍ମୁକାଶ୍ମୀର,ଉତ୍ତରାଖଣ୍ଡ , ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡାସହ ବରଫପାତ ଜାରି ରହିଛି …..

ଶୀତରେ ଥରୁଛି ସାରା ଓଡିଶା । ଉତ୍ତର ରୁ ଉପକୂଳ ସମେତ ଅଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ପ୍ରବଳ ଶୀତ ଲହରୀ । ଆଜି ସେ।ନପୁରରେ ସର୍ବନିମ୍ନ ୪.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗବାଡିର ସିମନବାଡିରେ ତୁଷାରପାତ ହୋଇଛି । ରାଜ୍ୟର ୧୩ଟି ସହରରେ ପାରଦ ୧୦ ଡ଼ିଗ୍ରୀ ତଳେ ରହିଛି ।

ଆସନ୍ତା ୪୮ଘଣ୍ଟାରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ର ୧ରୁ ୨ଡ଼ିଗ୍ରୀ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ  ବିଜ୍ଞାନ କେନ୍ଦ୍ର ।  ସେପଟେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ଯାଏ ଲୋକେ ଘରୁ ବାହାରିବା ମୁସ୍କିଲ ହେଉଛି ।

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନଥିବାରୁ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ । ବିଶେଷ କରି   ଟିଟିଲାଗଡ଼, ଭବାନୀପାଟଣା, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଦେବ ।

ସେପଟେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସହ ସାରା ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି। ହିମାଳାୟ ପାଦଦେଶ ଅଞ୍ଚଳରେ ହିମପାତ ଜାରି ରହିଛି ।

ଜମ୍ମୁକାଶ୍ମୀର ଅଧିକାଂଶ ସ୍ଥାନରେ ଶୁନ ଡିଗ୍ରି ତଳେ ରହିଛି ପାରଦ । ଜାମ୍ମୁକାଶ୍ମୀରର ଡାଲ ହ୍ରଦ ସହ ଅଧିକାଂଶ ଜଳାଶୟ ବରଫ ପାଲଟିଯାଇଛି । ଶ୍ରୀନଗରରେ ତାପମାତ୍ରା ମାଇନସ ୫.୦ଡିଗ୍ରୀ ରହିଛି ।

  ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଧିକ ବରଫପାତ ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶର ବିଭି୍ନ୍ନ ସ୍ଥାନରେ ଆଇସ ସ୍କେଟିଂ ର ମଜା ନେଉଛନ୍ତି ପର୍ଯ୍ୟଟକ ।

ସେପଟେ କିନ୍ତୁ ଶୀତ ପ୍ରବାହରେ ଅସ୍ତବ୍ୟସ୍ତ ହୋଇଛନ୍ତି ଲୋକେ।   

ଆସନ୍ତା ୧୪ ପରେ ସୂର୍ଯ୍ୟଙ୍କ ଉତ୍ତରାୟଣ ପରେ ଶୀତ ଧିରେଧିରେ କମିବାର ସମ୍ଭାବନା ରହିଛି ।

   Related Posts